
ଭୁବନେଶ୍ୱର, (କେପିଏନ୍ଏସ୍) : ଭୁବନେଶ୍ଵର ୟୁନିଟ୍-୩ ପ୍ରଦର୍ଶନୀ ପଡିଆରେ ଆୟୋଜିତ ଆଦିବାସୀ ମେଳା-୨୦୨୨ ଉଦ୍ଯାପିତ ହୋଇଯାଇଛି । ବିଗତ ୧୦ ଦିନ ଧରି ଚାଲିଥିବା ଏହି ମେଳାରେ ବିଭିନ୍ନ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ବେପାର ଉତ୍ସାହଜନକ ଥିଲା । ମେଳାରେ କାରବାର କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିବା ବିଭିନ୍ନ ଷ୍ଟଲ୍ ଏବଂ ସଂସ୍ଥାଗୁଡ଼ିକୁ ପୁରସ୍କୃତ କରାଯାଇଥିଲା । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।