oom

ଶିଶୁ ସୁରଭି ମହୋତ୍ସବ ୨୦୨୪ ଉଦ୍‌ଯାପିତ

jsmm

କୋରାପୁଟ, (ସୁନାମ ହନ୍ତାଳ) : କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ଅନ୍ତର୍ଗତ, ସୁବାଈ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି ୨୦୨୪’ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କ୍ଲଷ୍ଟରର ୧୪ଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅଥିତି ଭାବେ ଯୋଗ ।ଦଇଥିବା ବେଳେ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତୀ ସୁଜାତା ପାତ୍ର, ସିଆର୍‌ସିସି ସୁବ୍ରତ କୁମାର ନାୟକ ଏବଂ ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ, ନିରଞ୍ଜନ ମଲିକ, ମୁଖ୍ୟ ବକ୍ତା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସୁବାଈ ପ୍ରଧାନ ଶିକ୍ଷୟତ୍ରୀ, ବବିତା ରାଣୀ ନାୟକ, ବିଦ୍ୟାଳୟ ପରିଚାଳନା ଅଧ୍ୟକ୍ଷ, ଭଗବାନ ପେଟିଆ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମଞ୍ଚକୁ ସୁଜଗ୍ୟ ବେହେରା ଅତି ସୁନ୍ଦର ଭାବରେ ପରିଚାଳନା କରିଥିବା ବେଳେ ସେହିପରି ଉଦ୍‌ଯାପନୀ ଉତ୍ସବରେ କୃତୀ ପ୍ରତିଯୋଗୀତା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରଥମ ପ୍ରତି ଯୋଗିତା ବ୍ଲକସ୍ତରୀୟ ଭାଗ ନେଇ ପାରିବେ, ଏହି କାର୍ଯ୍ୟକ୍ରମରେ ସଂଯୋଜକ ବିପିନ ବିହାରୀ ବିଶ୍ୱାଳ, ବରିଷ୍ଟ ଶିକ୍ଷତ୍ରୀ ଶ୍ରୀମତୀ, ପଦ୍ମାବତୀ ହନ୍ତାଳ, ବରିଷ୍ଟ କଳା ଶିକ୍ଷତ୍ରୀ ଶ୍ରୀମତୀ ମିନୁ ରୋମା ସାବତ, ଅରବିନ୍ଦ ସାହୁ, ଦିଲ୍ଲୀପ କୁମାର ସାହୁ, ରଶ୍ମିତା ଦଲେଇ, ମାନସୀ ମଞ୍ଜରୀ ସାହୁ, ସିମାଞ୍ଚଳ ସ୍ୱାଇଁ, କୁମାରୀ ରବିନା ରାଣୀ ନାୟକ ଏବଂ ସମସ୍ତ ସ୍କୁଲ କର୍ମଚାରୀ ବୃନ୍ଦ ସହ ଛାତ୍ରଛାତ୍ରୀ ପ୍ରମୁଖ ଯୋଗଦେଇ ଥିଲେ ।

jittmm
Leave A Reply

Your email address will not be published.