oom

ସୁଦାମ ଚରଣ ଡିଗ୍ରୀ କଲେଜରେ ଓଡିଆ ସାହିତ୍ୟ ପ୍ରତିଯୋଗିତା ଉଦ୍‌ଯାପିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାଷା ମଣିଷର ପରିଚୟ । ତେଣୁ ପ୍ରତିଟି ଭାଷାକୁ ନେଇ ଆମେ ନିଜକୁ ସମର୍ପିତ କରିବା ଦରକାର । ଶାସ୍ତ୍ରୀୟ ଓଡିଆ ଭାଷା ଆଜି ଅସ୍ମିତାର ଅନ୍ୱେଷଣ କରୁଛି । ତେଣୁ ଜୀବନବାଦୀ ହେବାକୁ ଆଜି ପ୍ରତିଟି ମଣିଷ ନିଜର ମାତୃଭାଷାର ଅସ୍ମିତାକୁ ବଞ୍ଚାଇବାକୁ ଉଦ୍ୟମ କରିବା ଦରକାର । ବୈଶ୍ୱିକ ଭାଷିକ ସଂକଟ ସମୟରେ ଓଡିଆ ହେଉ କି ଯେ କୌଣସି ଭାଷା, ତାର ବ୍ୟବହାର ଉପରେ ନିର୍ଭର କରେ ତାର ଅସ୍ତିତ୍ୱ ରହିବ କି ନାହିଁ ବୋଲି ମତ ଦେଇଛନ୍ତି କବି ଅଧ୍ୟାପକ ସନ୍ଦୀପ କୁମାର କୁଅଁର । ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଓ ଶ୍ରୀଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟନ ଅବସରରେ ସୁଦାମ ଚରଣ ଡିଗ୍ରୀ ମହାବିଦ୍ୟାଳୟରେ ନୂଆ-ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତାର ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସେ ଏହି ମନ୍ତବ୍ୟ ପ୍ରଦାନ କରିଛନ୍ତି । ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉଦ୍‌ଯାପନୀ ସମାରୋହର ପ୍ରାରମ୍ଭରେ ଜଗନ୍ନାଥଙ୍କ ଫଟୋରେ ମାଲ୍ୟାର୍ପଣ ଓ ଦୀପ ପ୍ରଜ୍ୱଳନ କରାଯାଇଥିବା ବେଳେ ଇତିହାସ ଅଧ୍ୟାପକ ପ୍ରଦୀପ୍ତ ବଲ୍ଲଭ ପାଣିଗ୍ରାହୀ ସଭା ପରିଚାଳନା କରିଥିଲେ । କାର୍ଯ୍ୟକ୍ରମର ପୁରସ୍କାର ବିତରଣ ପରିଚାଳନା କରିଥିଲେ କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଯୁଧିଷ୍ଠିର ପ୍ରଧାନ । ଏହି ଅବସରରେ ହୋଇଥିବା ଓଡିଆ ଖାଦ୍ୟ ପ୍ରତିଯୋଗିତାକୁ ମୁଖ୍ୟ ଅତିଥି ବୁଲି ଦେଖିଥିଲେ । ପୁରସ୍କାର ବିତରଣରେ ସହଯୋଗ କରିଥିଲେ ଶିକ୍ଷା ଅଧ୍ୟାପକ ଚନ୍ଦ୍ରଭାନୁ ମିର୍ଦ୍ଧା, ଇତିହାସ ଅଧ୍ୟାପିକା ଶାଶ୍ୱତୀ ଦେହୁରୀ, ରାଜନୀତି ବିଜ୍ଞାନ ଅଧ୍ୟାପିକା ବର୍ଷା ପଟେଲ, ସହକାରୀ ଗ୍ରନ୍ଥାଗାରିକ ପ୍ରୀତମ କୁମାର ପଣ୍ଡା, କ୍ରୀଡା ଅଧ୍ୟାପକ ରଘୁନାଥ ଭୋଇ, ରମାଇ ସିଂ, ନିମାଇଁ ରଣା, ପ୍ରମୁଖ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଇଂରାଜୀ ଅଧ୍ୟାପିକା ଜସ୍ମିନ କୁମାରୀ ନନ୍ଦ । ପରେ ପରେ ଜଗନ୍ନାଥ ସଂସ୍କୃତିର ସଂପର୍କରେ ଏକ ବୃତ୍ତଚିତ୍ର ଛାତ୍ରଛାତ୍ରୀଙ୍କୁ ପ୍ରଦର୍ଶନ କରାଯାଇଥିଲା ।

jittmm
Leave A Reply

Your email address will not be published.