ଝାରମୁଣ୍ଡ। ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା : ମହାପ୍ରଭୁଙ୍କ ମନ୍ଦିର ପ୍ରବେଶ ସହ ସମରୋହ ଉଦଯାପିତ

ଲୋଇସିଂହା, (କେପିଏନ୍‌ଏସ୍‌) ; ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡ। ନବନିର୍ମିତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ସମରୋହ ଉଦଯାପିତ ହୋଇଯାଇଛି । ଦୀର୍ଘ ୫ ଦିନ ହେଲା ଚାଲିଥିବା ଏହି ପ୍ରତିଷ୍ଠା ସମାରୋହରେ ସୋମବାର ଅପରାହ୍ନରେ ମହାପ୍ରଭୁ ମନ୍ଦିର ପ୍ରବେଶ କରିଛନ୍ତି । ଏହି ଅବସରରେ ପ୍ରତ୍ୟହ ଗୋପଲିଲା ପରାୟଣ, ଭାଗବତ କଥା ପ୍ରବଚନ, ଭଜନ ସନ୍ଧ୍ୟା, ନାମଯଜ୍ଞା ଓ ହୋମଯଜ୍ଞ ପରି ବିଭିନ୍ନ ଆଧ୍ୟାତ୍ମିକ କାର୍ୟ୍ୟକ୍ରମ ହେବା ସହ ମନୋରଂଜନ ପାଇଁ ଜଳନ୍ଧର ଦରବାର, ମୀନାବଜାର ପ୍ରଭୃତି କାର୍ୟ୍ୟକ୍ରମ ଆୟୋଜିତ ହୋଇଥିଲା । ପ୍ରତ୍ୟହ ଆନନ୍ଦ ବଜାରରେ ହଜାର ହଜାର ଶ୍ରଦ୍ଧାଳୁ ଅନ୍ନଭୋଗ ସେବନ କରିଥିଲେ । ଏଥିରେ ଆଚାର୍ୟ୍ୟ ଟଙ୍କଧର ପାଣିଗ୍ରାହୀ, ଯଜ୍ଞ ବ୍ରହ୍ମା ବିମଳେଶ୍ଵର ପାଣିଗ୍ରାହୀ, ବେଦାଚାର୍ୟ୍ୟ ସୁକଦେବ ତ୍ରିପାଠୀ, ପିଙ୍କୁ ହୋତା, କୈଳାସ ପାଣିଗ୍ରାହୀ, ରାକେଶ ଚନ୍ଦ୍ର ଦେବତା ଓ ଘନଶ୍ୟାମ ପାଣିଗ୍ରାହୀ ଦାୟିତ୍ୱ ତୁଲାଇଥିଲେ । ପ୍ରବଚକ ଭାବେ ଶ୍ରୀଧାମ ବୃନ୍ଦାବନର ପଣ୍ଡିତ ଆଚାର୍ୟ୍ୟ ବାଲମକୁନ୍ଦ ଜୀ ମହାରାଜ ଭାଗବତ କଥା, ଜଗତପତି ଦାନୀ ପରାୟଣ ବ୍ୟାସ, ଗୋପାଳ ହୋତା, ଜୟ ପାଢ଼ୀ, ଜଗଦୀଶ ହୋତା ରହିଥିବା ବେଳେ ଭଜନ ସନ୍ଧ୍ୟାରେ ମହଲ୍ଲାର ସମ୍ବଲପୁର, ନବରସ କଳାପରିଷଦ ବରଗଡ଼, ହେ ଜଗନ୍ନାଥ କବିତା ଆସର ପ୍ରଭୃତି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୂଜାକର୍ତା ଭାବେ ଗୌନ୍ତିଆ ସଦାନନ୍ଦ ଧରୁଆ, ନଟବର ଧରୁଆ, ବେଣୁଧର ବଗର୍ତ୍ତି, ବାସୁଦେବ ପଟେଲ, ହରି ମେହେର, ମାର୍କଣ୍ଡ ସାହୁ ପ୍ରମୁଖ ଦାୟିତ୍ୱ ତୁଲାଇଥିଲେ । ଏହି ଅବସରରେ ଡମ୍ବରୁଗଡ଼ ମଠାଧୀଶ ଶ୍ରୀ ଗିରିବର ଦାସ ସମେତ ବହୁ ସାଧୁସନ୍ଥ ଯୋଗଦେଇଥିଲେ । ସମରୋହ ପରିଚାଲନରେ ମନୋଜ ଧରୁଆ, ଗୁଣମଣି ସେଠ, ସଚିଦାନନ୍ଦ ସାହୁ, ସୁଧାଂଶୁ ମହାକୁର, ବାଳକୃଷ୍ଣ ଧରୁଆ, ଗୋପାଳ ଧରୁଆ, କାର୍ତ୍ତିକ କର୍ତ୍ତି, ବିନୋଦ ଧରୁଆ, ରାମକୁମାର ମେହେର, ପୁରୁଷୋତ୍ତମ ମେହେର, ଦିନେଶ ସାହୁ, କାଲି ଚରଣ ବଗର୍ତ୍ତି, ବିରେନ୍ଦ୍ର ଧରୁଆ, ଗୋକୁଳ ମେହେର ସମେତ ଝାରମୁଣ୍ଡ। ଗ୍ରାମବାସୀ ସମେତ ଆଖପାଖ ଗାଁବାସୀ ମଧ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.