om academy

ଏଲ୍‌ବିସିସି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

jsm

ଖପ୍ରଖୋଲ, (ପୁସ୍ତମ୍ ଯୁଆଡି) : ସ୍ଥାନୀୟ ବେନ୍ଦେର ହାଇସ୍କୁଲ ଖେଳପଡ଼ିଆରେ ଗତ ପାଞ୍ଚ ଦିନ ଧରି ଚାଲିଥିବା ଆଞ୍ଚଳିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ୍‌ ମୁକାବିଲା ତୁରେକେଲା ଓ ବନମାଲ ଦଳ ମଧ୍ୟରେ ହୋଇଥିବା ବେଳେ ତୁରେକେଲା ଚାମ୍ପିୟନ ହୋଇଥିଲା । ଏହି ଅବସରରେ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ତେଜୁ ମାଝୀ ଓ ନାଏବ ସରପଞ୍ଚ ମଧୁ ପଧାନ ଅତିଥି ଭାବରେ ଯୋଗଦାନ କରି ବିଜୟୀ ଦଳ ତଥା ଖେଳାଳିମାନଙ୍କୁ ପୁରସ୍କୃତ କରିଥିଲେ । ଫାଇନାଲ୍‌ ମ୍ୟାଚ୍‌ରେ ସୁଜ୍ଞାନୀ ଓ ସୁଶାନ୍ତ ଖେଳ ପରିଚାଳନା କରିଥିବା ବେଳେ ବେନ୍ଦେର ଦଳର ସମସ୍ତ ଖେଳାଳି ସହଯୋଗ କରିଥିଲେ ।

Leave A Reply

Your email address will not be published.