oom

୯ ଦିନିଆ ତାଲିମ କାର୍ଯ୍ୟକ୍ରମ ଉଦ୍‌ଯାପିତ

jsmm

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁର ସ୍ଥିତ ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ସେବା ଜଗତ ପକ୍ଷରୁ ରଙ୍ଗପଦର ସ୍ଥିତ ତାଲିମ କେନ୍ଦ୍ରରେ ତିନୋଟି ସ୍ତରରେ ୯ ଦିନିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାିଛି । ଏହି ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ କରଲାମୁଣ୍ଡା ବିଡ଼ିଓ ସୁଚରିତା ମୁଗରୀ, ଏପିଡି ବିମ୍ବାଧର ସାହୁ, ଜିଲ୍ଲାପରିଷଦ ସଭ୍ୟ ସୁରେଶ ଚୌଧୁରୀ, ବ୍ଲକ ଅଧ୍ୟକ୍ଷା କୁନି ସାହୁ ଏବଂ ସେବାଜଗତର ସମ୍ପାଦକ ସତ୍ୟନାରାୟଣ ପଟ୍ଟନାୟକ ଉପସ୍ଥିତ ଥିବା ବେଳେ ସମସ୍ତ ସଭ୍ୟ ସଭ୍ୟା ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ କରଲାମୁଣ୍ଡା ବ୍ଲକର ୧୩୮ ଜଣ ୱାର୍ଡ ସଭ୍ୟସଭ୍ୟା ତାଲିମ ପାଇଥିଲେ ଏବଂ ତାଲିମଦାତା ଭାବରେ ୬ ଜଣ ପ୍ରଶିକ୍ଷକ ତାଲିମ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ପଞ୍ଚାୟତିରାଜର ବ୍ୟବସ୍ଥା ସରକାରଙ୍କ ଠୁ ଆସୁଥିବା ଯୋଜନା, ବିଭିନ୍ନ ବିଭାଗର ଦାୟିତ୍ୱ, ଗ୍ରାମପଞ୍ଚୟତର ବିକାଶ କ୍ଷେତ୍ରରେ ଯୋଜନା ପ୍ରସ୍ତୁତି ଶିକ୍ଷା ଏବଂ ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟକ୍ରମର ଭୂମିକା ଉପରେ ତାଲିମ ଦେବା ସହିତ ତିନୋଟି ୫ଟି ସ୍କୁଲ ପରିଭ୍ରମଣ କରିବା ସହିତ ରୁରାଲ ପାର୍କ ମଧ୍ୟ ପରିଭ୍ରମ କରି ତାଙ୍କର ଜ୍ଞାନକୁ ବଢ଼ାଇ ପାରିଛନ୍ତି । ଏହି ତାଲିମ କାର୍ଯ୍ୟକ୍ରମରେ ସମସ୍ତ ସଭ୍ୟସଭ୍ୟାଙ୍କୁ ତାଲିମର ଟ୍ରେନିଂ ମଧ୍ୟ ପ୍ରଦାନ କରାଯାଇଥିଲା ଏହି କାର୍ଯ୍ୟକ୍ରମକୁ ସେବାଜଗତର ସମ୍ପାଦକ ସତ୍ୟନାରାୟଣ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ସାଥୀ ଯାଜ୍ଞସେନୀ ଭୋଇ, ସୁନିତା ତାଣ୍ଡି, କୌରବ ସାହୁ ଏବଂ ସାରଦା ମାଝୀ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.