ଜ୍ୟୋତି ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ

ପାଟଣାଗଡ, (ପୁସ୍ତମ୍ ଯୁଆଡ଼ି) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଜ୍ୟୋତି ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭଇଁଷାରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷ ପ୍ରଫୁଲ୍ଲ ହୋତା, ସମ୍ମାନିତ ଅତିଥି ଭାବେ ଟ୍ରେନର୍ ତନୁଶ୍ରୀ ମହାପାତ୍ର, ଆତ୍ମ ସୁରକ୍ଷା ତାଲିମ ଦାୟିତ୍ଵରେ ଥିବା ଅଧ୍ୟାପିକା ସମାପିକା ପଣ୍ଡା, ତଥା ବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀମାନେ ଯୋଗ ଦେଇଥିଲେ । ମନୋଜ କୁମାର ମହାପାତ୍ରଙ୍କ ପରିଚାଳନାରେ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ତଥା କଲେଜ ଅଧ୍ୟକ୍ଷ ପ୍ରଫୁଲ୍ଲ ହୋତା ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ସରକାରଙ୍କ ପକ୍ଷରୁ ପ୍ରଯୋଜିତ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଲା ନାରୀମାନଙ୍କୁ ସଚେତନ କରିବା । ପୁରୁଷ ପ୍ରଧାନ ସମାଜରେ ଯଦି କେବେ ଆବଶ୍ୟକ ପଡେ ଝିଅମାନେ ଯାହା ଶିଖିଲେ ତାର ସଦୁପଯୋଗ କରିବା ଉପରେ ସେ ଜୋର ଦେଇଥିଲେ । ସମ୍ମାନିତ ଅତିଥି ତଥା ଟ୍ରେନର ତନୁଶ୍ରୀ ମହାପାତ୍ର ନିଜ ବକ୍ତବ୍ୟରେ କହିଥିଲେ ଯେ, ୮ ଦିନ ଧରି ତାଲିମରୁ ତୁମେ ଯାହା ବି ଶିଖିଲ ତାକୁ ଖରାପ କାମରେ ବ୍ୟବହାର ନ କରି ଭଲ କାମରେ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଛାତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ଅଧ୍ୟାପକ ସନ୍ତୋଷ କୁମାର ରାଉତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରକାଶ ଥାଉ କି ମାଷ୍ଟର ଟ୍ରେନର୍ ତନୁଶ୍ରୀ ମହାପାତ୍ରଙ୍କ ତତ୍ତ୍ଵାବଧାନରେ ୧୫୪ ଜଣ ଛାତ୍ରୀଙ୍କୁ ନେଇ ଆତ୍ମ ସୁରକ୍ଷା ତାଲିମ ଶିବିରଟି ୧୮ରୁ ୨୭ ତାରିଖ ପର୍ଯ୍ୟନ୍ତ ଏହା ୮ ଦିନ ଧରି ଅନୁଷ୍ଠିତ ହୋଇଯାଇଛି ।

Leave A Reply

Your email address will not be published.