ସିଂହାମୁଣ୍ଡା ହାଇସ୍କୁଲର ବାର୍ଷିକ କ୍ରୀଡା ଉଦ୍‌ଯାପିତ

ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକ ସିଂହାମୁଣ୍ଡା ପଞ୍ଚାୟତ ୟୁଜି ହାଇସ୍କୁଲର ବାର୍ଷିକ କ୍ରୀଡା ଉଦ୍‌ଯାପିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ସାଧନା ଭୋଇଙ୍କ ସଭାପତିିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ପରିଚାଳନା କମିଟି ସଭାପତି ଅଜିତ ବଗର୍ତ୍ତୀ ଅତିଥି ଭାବେ ଯୋଗ ଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ୧୨ଟି ବିଭାଗର ବିଭାଗରେ ପ୍ରତିଯୋଗିତା ହୋଇଥିଲା । ଶିକ୍ଷୟିତ୍ରୀ ସ୍ନେହଲତା ମାଝୀ, ସୁଷମା ମଞ୍ଜରୀ ପଧାନ, ସସ୍ମିତା ମଲ୍ଲିକ, ମିଳିତା ପଧାନ, ବିଦ୍ୟୁତଲତା ସାମଲ, ବବିତା ସାହୁ, ପଦ୍ମିନୀ ପଧାନ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!