centurian jitm

ତୁରେକେଲା ବ୍ଲକସ୍ତରୀୟ ଦିନିକିଆ ଲୋକ ମହୋତ୍ସବ ଉଦ୍‌ଯାପିତ

nschool

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ସଦର ମହକୁମାରେ ଦିନିକିଆ ବ୍ଲକସ୍ତରୀୟ ଲୋକ ମହୋତ୍ସବ ମଂଗଲବାର ଦିନ ଉଦ୍‌ଯାପିତ ହୋଇଯାଇଛି । ସକାଳ ପୂର୍ବାହ୍ନରେ ତୁରେକେଲା ମା’ ବାଣୀ ଭଗାରେନ ଓ ଶୈବ ପିଠରୁ ସାଂସ୍କୃତିକ ମଶାଲ ବାହାରିବା ପରେ ନଗର ପରିକ୍ରମା କରି ମହୋତ୍ସବ ମଂଚକୁ ଅଣାଯାଇ ମଂଚକୁ ବିଧିବଦ୍ଧ ଭାବେ ପୂଜା ପରେ ସଭା ଅନୁଷ୍ଠିତ ହୋଇଥିଲା । ଏହି ମହୋତ୍ସବ ସାଂସ୍କୃତିକ ମଂଚକୁ ସ୍ଥାନୀୟ କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଉଦ୍‌ଘାଟନ କରିଥିଲେ । ସଭାରେ ବିଡିଓ ଦେବାଶିଷ ସାମଲଙ୍କ ଅଧ୍ୟକ୍ଷତାରେ ଏକ ସାଂସ୍କୃତି ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଧାୟକ ସାଲୁଜା (ମୁଖ୍ୟ ଅତିଥି) ତୁରେକଲା ବ୍ଲକ ଚ୍ୟାରମେନ (ସମ୍ମାନୀତ ଅତିଥି) ବିଶିଷ୍ଟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷା ଧନମତି ଖୁରା, ଜିଲ୍ଲା ପରିଷଦ ଯୋନ ନଂ. ୧୧ କୌଶିକ ମେହେର, ତୁରେକେଲା ବ୍ଲକ ସଦର ସରପଂଚ ଜଲନ୍ଧର ମହାକୁଡ, ତୁରେକେଲା ବ୍ଲକ ସାଂସ୍କୃତିକ ସଭାପତି କାର୍ତିକ ସାହୁ ମଂଚାସୀନ ଥିଲେ । ସଭାକୁ ଶିକ୍ଷକ ବିରଂଚି ନାରାୟଣ ଦାଶ ସଂଚାଳନ କରିଥିଲେ । ସାଂସ୍କୃତିକ ସଭା ପରେ ବ୍ଲକର ୧୯ ଗୋଟି ପଂଚାୟତରୁ ଆସିଥିବା ଶତାଧିକ କଳାକାର ମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ଓଡିଶୀ ନୃତ୍ୟ, ପାଲା, ବାହାକ, ଦାଶକାଠିଆ, ନାଟକ, ଦଣ୍ଡନାଚ, ବଂଶୀ ବାଦକ, ଘୁଡୁକା ନାଚ, ବାଙ୍ଗରୀ ନାଚ ସହ ବିଭିନ୍ନ ସଂଗୀତ ପ୍ରତିଯୋଗିତା ମାନ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାକୁ ବିଶିଷ୍ଟ କଳାକାର ଭକ୍ତବନ୍ଧୁ ମେହେର, ଜଲନ୍ଧର ମହାକୁଡ, କାର୍ତିକେଶ୍ୱର ସାହୁ, ହରିଶ୍ଚନ୍ଦ୍ର ବାରିକ, ବିରଂଚି ନାରାୟଣ ଦାଶ ଜଜ୍‌ ଭାବେ ପରିଚାଳନା କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ ସଫଳ ହୋଇଥିବା ପ୍ରଥମ, ଦ୍ୱିତୀୟ, ତୃତୀୟ ପ୍ରତିଯୋଗୀମାନେ ଟିଟିଲାଗଡ ଉପଖଣ୍ଡସ୍ତରୀୟ ଲୋକ ମହୋତ୍ସବରେ ଅଂଶଗ୍ରହଣ କରି ସଫଳତା ପରେ ବଲାଙ୍ଗିର ଜିଲ୍ଲା ଲୋକମହୋତ୍ସବରେ ଅଂଶ ଗ୍ରହଣ କରିବେ ବୋଲି ବ୍ଲକ ସାମାଜିକ ଅଧିକାରୀ ହେମାନନ୍ଦ ବିଶ୍ୱାଲ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମଟିକୁ ବ୍ଲକର ଆର.ଏନ୍‌.ଭାରତୀ ଏବଂ ଅନ୍ୟ ସମସ୍ତ କର୍ମଚାରୀ ସଂପୂର୍ଣ୍ଣ ସହଯୋଗ କରିଥିଲେ । ଏହି ଖବର ଲେଖିବା ମଧ୍ୟରେ ବିଳମ୍ବିତ ରାତ୍ର ଯାଏଁ କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ କରିଥିଲେ ।

Leave A Reply

Your email address will not be published.