ପଦ୍ମପୁର ମହାବିଦ୍ୟାଳୟରେ ଜାତୀୟ ଆଲୋଚନାଚକ୍ରର ଉଦ୍‌ଯାପନୀ ଉତ୍ସବ

  • ଶିକ୍ଷାର ଲକ୍ଷ୍ୟ ହେଲା ମଣିଷକୁ ମଣିଷ କରିବା : ପ୍ରଫେସର ଅରବିନ୍ଦ କୁମାର ଝା

ପଦ୍ମପୁର, (ନିରୋଜ କୁମାର ପାଣୀ) : ସେହି ଶିକ୍ଷାକୁ ଶିକ୍ଷା ବୋଲି କୁହା ଯିବ ନାହିଁ ଯେଉଁ ଶିକ୍ଷା ମଣିଷକୁ ମଣିଷ ରୂପରେ ଗଢି ପରେନାହିଁ । ଶିକ୍ଷଣର ଫଳାଫଳ ହେଉଛି ଶିକ୍ଷାର ଏକ ମୁଖ୍ୟ ଅଂଶ । ଏହାକୁ ଆଧାର କରି ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟରେ “ଜାତୀୟ ଶିକ୍ଷା ନୀତି- ୨୦୨୦- ଫଳାଫଳ ଉପରେ ଆଧାରିତ ଶିକ୍ଷା” ଶୀର୍ଷକରେ ଦ୍ଵି-ଦିବସୀୟ ଜାତୀୟ ସଂଗୋଷ୍ଟି ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଉଦ୍‌ଯାପନୀ ଉତ୍ସବରେ ଅଧ୍ୟକ୍ଷ ଶ୍ରୀ ପଣ୍ଡା ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାୟ, ନୂଆଦିଲ୍ଲୀର ପ୍ରଫେସର ଅରବିନ୍ଦ କୁମାର ଝା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜାତୀୟ ଶିକ୍ଷା ନୀତିର କେତେକ ମୁଖ୍ୟ ବିଷୟବସ୍ତୁ ଗୁଡ଼ିକୁ ଆଲୋଚନା କରି ମଣିଷକୁ ମଣିଷ ରୂପରେ ଗଢ଼ିବା ହେଉଛି ଶିକ୍ଷାର ଲକ୍ଷ୍ୟ ବୋଲି ମନ୍ତବ୍ୟ ଦେଇ ସଙ୍ଗୋଷ୍ଟିର ସଫଳ ସମାପନ ପାଇଁ ଅଭିନନ୍ଦନ ଜଣାଇଥିଲେ । ମହାରାଜା ଶୟଜିରାଓ ବିଶ୍ଵବିଦ୍ୟାଳୟ ବରୋଦାର ପ୍ରଫେସର ସୁଦର୍ଶନ ଚକ୍ର ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ନିଜ ଅଭିଭାଷଣ ରେ ସଂଗୋଷ୍ଟୀର ଆୟୋଜକମାନଙ୍କୁ ଅଭିନନ୍ଦନ ଜଣାଇ ନୂତନ ଜ୍ଞାନର ସୃଷ୍ଟି ସହ ଜ୍ଞାନର ପ୍ରୟୋଗ ଉପରେ ଗୁରୁତ୍ୱ ଦେଇଥିଲେ । ଗଙ୍ଗାଧର ମେହେର ବିଶ୍ୱଦ୍ୟାଳୟର ଉପ କୁଳସଚିବ ଡ. ଉମା ଚରଣ ପତି ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଶିକ୍ଷଣୀୟ ଫଳାଫଳ ଉପରେ ଆଧାରିତ ଶିକ୍ଷା ଉପରେ ପ୍ରାଧାନ୍ୟ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅଞ୍ଚଳ ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ମୁଖ୍ୟ ଡ. ବିରଞ୍ଚି ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶିକ୍ଷା ବିଭାଗର ମୁଖ୍ୟ ଡ. ତୁଷାରକାନ୍ତ ସାହୁ ଦ୍ଵି-ଦିବସୀୟ ସଙ୍ଗୋଷ୍ଟିର ରିପୋର୍ଟ ଉପସ୍ଥାପନ କରିଥିଲେ । ଶିକ୍ଷା ବିଭାଗର ଅଧ୍ୟାପକ ଡ. ଭେଙ୍କଟେଶ୍ୱର ମେହେର ସଙ୍ଗୋଷ୍ଟିରେ ପ୍ରତୀକ୍ଷ ଓ ପରୋକ୍ଷ ଭାବରେ ସହଯୋଗ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ସସ୍ମିତା ମେହେର ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ନୂଆଦିଲ୍ଲୀ, ଗୁଜରାଟ, ଝାରଖଣ୍ଡ, ପଶ୍ଚିମବଙ୍ଗ, ଗାଙ୍ଗଟକ୍, ସିଲୋଙ୍ଗ, ତାମିଲନାଡୁ, ବିହାର, ଛତିଶଗଡ ପ୍ରମୁଖ ରାଜ୍ୟମାନଙ୍କରୁ ପ୍ରଫେସର, ଗବେଷକ ଓ ଛାତ୍ରଛାତ୍ରୀ ଯୋଗ ଦେଇ ୫୦ ଗୋଟି ସେମିନାର ପେପର ଉପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ରାଜ୍ୟରୁ ଗବେଷକ, ଶିକ୍ଷକ, ଅଧ୍ୟାପକ, ଅଧ୍ୟାପିକା ଏବଂ ଶିକ୍ଷାବିତ୍ ବୃନ୍ଦ ଯୋଗ ଦେବା ସହ ବରଗଡ ଓ ଆଖପାଖ ଜିଲ୍ଲାର ସମସ୍ତ କାର୍ଯ୍ୟରତ ଓ ଅବସରପ୍ରାପ୍ତ ଅଧ୍ୟକ୍ଷ ଓ ଶିକ୍ଷକବୃନ୍ଦ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅଞ୍ଚଳ ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ ମଧ୍ୟ ଯୋଗ ଦେଇ ନିଜର ମନ୍ତବ୍ୟ ଦେଇଥିଲେ । ଏହା ସହ ମହାବିଦ୍ୟାଳୟର ପ୍ରଭାତ କୁମାର ମହାପାତ୍ର, ପ୍ରମୋଦ କୁମାର ତ୍ରିପାଠୀ, ତାରା ପ୍ରସାଦ ଶତପଥୀ, ଡ. ସରୋଜ କୁମାର ନାଏକ, ଖଗେଶ୍ୱର ଦାସ, ସନ୍ତୋଷ କୁମାର ମିଶ୍ର, ନବକୃଷ୍ଣ ମିଶ୍ର, ଡ. ସୁବୋଧ କୁମାର ତ୍ରିପାଠୀ, ଶ୍ରୀମତୀ ତାପିନୀ ପଣ୍ଡା, ଶ୍ରୀମତୀ ଶର୍ମିଲା ପଣ୍ଡା, ଶ୍ରୀମତୀ ପୂର୍ଣ୍ଣିମା ଦୋରା, ଶ୍ରୀମତୀ ମୋନାଲିସା ସ୍ୱାଇଁ, ଶ୍ରୀମତୀ ବୁନି ସାହୁ, ପ୍ରମୋଦ କୁମାର ପାଣିଗ୍ରାହୀ, ସଞ୍ଜୟ ଟିଗା, ସମୀର ନାଗ, ଓମ୍ ପ୍ରକାଶ ସତ୍ନାମୀ, ସଦାନନ୍ଦ ଭୋଇ, ଜୟ ପ୍ରକାଶ ଭୁଇ, ଭୁବନେଶ୍ୱର ବରିହା, ଦିଲ୍ଲୀପ କୁମାର ବୋହିଦାର, ଦେବାଶିଷ ସାହୁ, ଖୁଦିରାମ ପାତ୍ରଙ୍କ ସମେତ ସମସ୍ତ ପ୍ରାଧ୍ୟାପକ, ପ୍ରଧ୍ୟାପିକା, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ପାଇଁ ଆଇସିଏସ୍‌ଏସ୍‌ଆର୍‌ ନୂଆ ଦିଲ୍ଲୀ ଆର୍ଥିକ ସହଯୋଗ ଦେଇଥିବାରୁ ଆୟୋଜକମାନେ ନିଜର କୃତଜ୍ଞତା ଜ୍ଞାପନ କରିଥିଲେ ।

Leave A Reply

Your email address will not be published.