ଯୁବ ସମାଜ ପାଇଁ ଅପର୍ଣ୍ଣା ଅର୍ପିତା ସାଜିଛନ୍ତି ଉଦାହରଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାଟିର ଝିଅ ଅପର୍ଣ୍ଣା ଅର୍ପିତା । ତୁଳସୀ ଦୁଇ ପତ୍ରରୁ ବାସିବା ଭଳି ପିଲା ଦିନରୁ ନୃତ୍ୟ ପ୍ରତି ତାଙ୍କର ବେଶ୍‌ ଆକର୍ଷଣ ରହିଥିଲା । ସ୍କୁଲରେ ପଢ଼ିବା ସମୟରୁ ଓଡ଼ିଶୀ ନୃତ୍ୟ କରିବାରେ ତାଙ୍କର ବିଶେଷ ରୁଚି ରହିଥିଲା । ଗୁରୁଙ୍କଠାରୁ ଉଚିତ୍‌ ଶିକ୍ଷା ଗ୍ରହଣ ପରେ ଆଜି ଓଡ଼ିଶାର ବିଭିନ୍ନ ଷ୍ଟେଜ୍‌ରେ ନିଜର ନୃତ୍ୟ ପରିବେଷଣ କରି ଅପର୍ଣ୍ଣା ଅର୍ପିତ ନୃତ୍ୟ ଜଗତରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ଭବିଷ୍ୟତରେ ଏକ ନୃତ୍ୟ ବିଦ୍ୟାଳୟ ପ୍ରତିଷ୍ଠା କରି ପିଲାମାନଙ୍କୁ ନୃତ୍ୟ ଶିକ୍ଷା ପ୍ରଦାନ ପାଇଁ ଆଶା ରଖିଛନ୍ତି ଅପର୍ଣ୍ଣା ଅର୍ପିତା । ବଲାଙ୍ଗିର ଲିଟିଲ୍‌ ଫ୍ଲାୱାର୍‌ ସ୍କୁଲରେ ଏବେ ସେ ଶିକ୍ଷୟିତ୍ରୀ ଭାବେ ଅବସ୍ଥାପିତ ହୋଇଛନ୍ତି । ନୃତ୍ୟରେ ନିଜକୁ ଖୋଜି ପାଇବାର ବିମୁଗ୍ଧ ଭାବରେ ତାଙ୍କ ଭିତରେ ଅନୁଭବ କରିହୁଏ । ଆଜିର ଯୁବ ସମାଜ ପାଇଁ ଅପର୍ଣ୍ଣା ଅର୍ପିତା ଉଦାହରଣ ସାଜିଛନ୍ତି ।

Leave A Reply

Your email address will not be published.