centurian jitm

ବଥର୍ଲାରେ ଅମୃତ ସରୋବର ଉଦ୍‌ଘାଟିତ

nschool

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ବ୍ଲକ ବଥର୍ଲା ଗ୍ରାମରେ ଅମୃତ ସରୋବର ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି । ଏହି ଗ୍ରାମରେ ଥିବା ଲଛିନ୍ଦ୍ର ପୋଖରୀର ଉନ୍ନତିକରଣ କରାଯାଇ ଏହାକୁ ଅମୃତ ସରୋବରରେ ରୂପାନ୍ତରୀତ କରାଯାଇଛି । ବଥର୍ଲା ସରପଞ୍ଚ କବିତାଞ୍ଜଳି ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଥିଲେ । ଏହି ପ୍ରକଳ୍ପଟି ୧୦ ଲକ୍ଷ ଟଙ୍କା ବ୍ୟୟରେ କରାଯାଇଛି । ଉଦ୍‌ଘାଟନୀ ସମୟରେ ସମିତି ସଭ୍ୟ ହରିବନ୍ଧୁ ବରିହା, ପିଇଓ ଗୁରୁଦେବ ପରଡିଆ, ନାଏବ ସରପଞ୍ଚ, ସମସ୍ତ ୱାର୍ଡ ସଭ୍ୟ ଓ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!