ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି ଗ୍ରାମ ପଂଚାୟତ ଅଏଁଲାଭଟା ଗ୍ରାମର ଖେଳ ପଡିଆଠାରେ ଚାଲିଥିବା ୪ତମ ମା’ ମାଉଲି ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ବୁଧବାର ଉଦଘାଟନ ହୋଇଯାଇଛି । ମା’ ମାଉଲି ଫୁଟବଲ ଆସୋସିଏସନ ଆନୁକୂଲ୍ୟରେ ଆଜି ୨୮ ଜାନୁଆରୀରୁ ୨୦୨୬ ଠାରୁ ୦୪ ଫେବୃଆରୀ ୨୦୨୬ ୦୮ଗୋଟି ଦଳକୁ ନେଇ ଆରମ୍ଭ ହୋଇଯାଇଛି । ପ୍ରଥମ ଦିନ ୨ଟି ଦଳ ଟୁର୍ଣ୍ଣାମେଣ୍ଟର ଖେଳ ଅନୁଷ୍ଠିତ ହୋଇଥିଲା । ଦେବଙ୍ଗ ଓ ଘନାମହୁଲ ମଧ୍ୟରେ ମ୍ୟାଚରେ ନିର୍ଦ୍ଧାରିତ ସମୟରେ ଦେବଙ୍ଗ ଦଳ ୧/୦ ଗୋଲରେ ବିଜୟୀ ହୋଇଛନ୍ତି । ଏହି ଅବସରରେ ବିଦ୍ୟାଳୟ ଶିକ୍ଷକ ଶ୍ରୀମୁଖ ପୁଟେଲ ମୁଖ୍ୟ ଅତିଥି ରୂପେ ଉପସ୍ଥିତ ରହି ଉଭୟ ଖେଳାଳିକୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ରୂପରେ ଗୋବର୍ଦ୍ଧନ ଭୋଇ ଯୋଗଦେଇଥିଲେ । ଖେଳ ପରିଚାଳନା ବିବଚ୍ଛ ମାଝୀ, ନବୀନ ସରାଫ ଓ ବୈଷ୍ଣବ ତାଣ୍ଡି କରିଥିଲେ । ଟୁର୍ଣ୍ଣାମେଣ୍ଟକୁ ସଫଳ କରିବାରେ ସଭାପତି ଗିରିଧାରୀ ସାହୁ, ସମ୍ପାଦକ ଟଙ୍କଧର ବାଗ, ସଂଗଠନ ସୁଶାନ୍ତ ଭୋଇ, ଟିମ ମ୍ୟାନେଜର କ୍ଷୀରଧର ପୁଟେଲଙ୍କର ନେତୃତ୍ୱରେ ପ୍ରଶାନ୍ତ ଭୋଇ, ଚନ୍ଦ୍ର ଭୋଇ, ହେମାକାନ୍ତ ବାଗ, ପ୍ରଦୀପ ବାଗ ପ୍ରମୁଖ ସହଯୋଗ କରିଥିଲେ । ଖେଳ ଦେଖିବା ପାଇଁ ବହୁ ଜନସମାଗମ ହୋଇଥିବା ବେଳେ ଏଥିରେ ସମସ୍ତ ଅଏଁଲାଭଟା ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।
Prev Post