- ପ୍ରଥମ ବର୍ଷ ବନଦୁର୍ଗା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଲୋୟର ସୁକତେଲ ଡ୍ୟାମ ପାଦଦେଶରେ ସିଦ୍ଧାଶ୍ରମ ସେବା ପ୍ରତିଷ୍ଠାନ ଓ ବନଦୁର୍ଗା ମହୋତ୍ସବ କମିଟି ଉଦ୍ୟମରେ ଏକ ନୂତନ ଭାବେ ନିର୍ମିତ ଖେଳ ପଡିଆକୁ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଲୋକାର୍ପିତ କରିଥିଲେ ଏବଂ ଏହି ପଡିଆ ଲୋୟର ସୁକତେଲ ଜଳ ସେଚନ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହୋଇଥିବା ଖେଳାଳି ବୃନ୍ଦଙ୍କୁ ଏକ ନୂତନ ପ୍ରେରଣା ଯୋଗାଇବ ଓ ସେମାନଙ୍କର ପାଇଁ ବ୍ୟବହାର ଉପଯୋଗୀ ହୋଇପାରିବ । ଏହି ଖେଳ ପଡିଆରେ ମେରା ୟୁବା ଭାରତ (ନେହେରୁ ଯୁବ କେନ୍ଦ୍ର)ର ସହ ଭାଗିତାରେ ୫ଦିବସୀୟ କ୍ରୀଡା ପ୍ରତିଯୋଗିତା ଗତକାଲି ଠାରୁ ଆରମ୍ଭ ହୋଇଯାଇଛି । ଏହି ପ୍ରତିଯୋଗିତାକୁ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଲୋୟର ସୁକତେଲ ସୁରେନ୍ଦ୍ର କୁମାର ଭୋଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ବେଲାର ସିଂ ଭୋଇ, ଚୁଡାପାଲି ଗୌନ୍ତିଆ ଲୋକନାଥ କୁମୁରା, ସରପଂଚ ସଦାଶିବ କଣ୍ଡେଲ, ସୋମନାଥ ପଟେଲ ଯୋଗ ଦେଇଥିବା ବେଳେ ଏହି କାର୍ଯ୍ୟକ୍ରମକୁ ବନଦୁର୍ଗା ମହୋତ୍ସବ କମିଟିର ଅଧ୍ୟକ୍ଷ ସଂଜୟ କୁମାର ଗଡତ୍ୟା ଓ ଉପ-ସଭାପତି କୈଳାସ ଚନ୍ଦ୍ର ସିଂଦେଓ, ସଂପାଦକ ଜୟକୃଷ୍ଣ ମିଶ୍ର, ସହ-ସଂପାଦକ ବିକାଶ ରଂଜନ ରଥ, କୋଷାଧ୍ୟକ୍ଷ ନରେନ୍ଦ୍ର କୁମାର ବିଶି, ରାମ କିଶୋର ଅଦାବରିଆ, ପ୍ରମୋଦ ପଟେଲ, ଯୁଗଳ ରଣା, ପିଙ୍କୁ ଭୋଇ, ବ୍ୟାସଦେବ ବନଛୋର, ଅଜୟ ଗଡତ୍ୟା ଓ ରେଫରି ଉମେଶ ଭୋଇ, ଜଳନ୍ଧର ସାହୁ, ବିକି ବିଶି ପ୍ରମୁଖ ପରିଚାଳନା କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ୧୬ ଗୋଟି ଦଳ ମାଗୁରବେଡା, କୁଶମେଲ କଲୋନି, କୁଟୁମଡୋଲା, ଭାଲୁପିଟା, ତମିଆଁ, ବାରପୁଡୁଗିଆ, ଗେର୍ଡି, ଘୁଚେପାଲି, ଛତାବାହାଲ, ସାରସପିଟା, ଘସିଏନ, ବିଲେଇସର୍ଡା, ରେଙ୍ଗଟାସିଲ, କୁଶମେଲ, କୁଶଙ୍ଗ, ଅମାମୁଣ୍ଡା ଅଂଶଗ୍ରହଣ କରୁଛନ୍ତି । ପ୍ରଥମ ଦିନରେ ମାଗୁରବେଡା ସେମିଫାଇନାଲକୁ ପ୍ରବେଶ କରିଛି ।