- ଓଡିଶା ବନାମ ହିମାଚଳ ପ୍ରଦେଶ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା କ୍ରିକେଟ ଏସୋସିଏସନ ଓ ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ସ୍ଥାନୀୟ ଗାନ୍ଧୀ ଷ୍ଟଡିୟମ ଠାରେ ଓଡିଶା ବନାମ ହିମାଚଳ ପ୍ରଦେଶ ୪ ଦିବସୀୟ କୁଚ୍ ବେହାର ଟ୍ରଫି କ୍ରିକେଟ (୧୯ ବର୍ଷ ବର୍ଗର) ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ହରିନାରାୟଣ ପୁଜାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ମ୍ୟାଚ୍ର ଉଦ୍ଘାଟନୀ ସମାରୋହରେ ସଂସଦର ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ଡ. ପ୍ରହଲ୍ଲାଦ ଶତପଥି, ଯୁଗ୍ମ ସଂପାଦକ ପଦ୍ମ ଚରଣ ଆଚାର୍ଯ୍ୟ, ଶତୃଘନ ସିଂହ, କୋଷାଧ୍ୟକ୍ଷ ହେମନ୍ତ ବେହେରା, କ୍ରିକେଟ ସଂପାଦକ ଓମ୍ ପ୍ରକାଶ ଚାନ୍ଦ, ଭଲିବଲ ସଂପାଦକ ସଂଗ୍ରାମ କେଶରୀ ବହିଦାର, କାଉନସିଲ ସଭ୍ୟ ପ୍ରଭାତ କୁମାର ମିଶ୍ର, ଡା. ସିଦେ୍ଧଶ୍ୱର ମିଶ୍ର, ଫୁଟବଲ ସଂପାଦକ ଶରତ ନନ୍ଦ, କ୍ରୀଡା ସଂପାଦକ ବିଭୂତି ପଣ୍ଡା, ବରିଷ୍ଠ ସଭ୍ୟ ରମାକାନ୍ତ ସେଟ, ସୁଧୀର ଚନ୍ଦ୍ର ପଣ୍ଡା, ରବୀନ୍ଦ୍ର କୁମାର ମିଶ୍ର, ଗୌର ଚନ୍ଦ୍ର ପ୍ରଧାନ, କ୍ରିକେଟ କୋଚ୍ ଅରୁଣ କୁମାର ନାୟକ, ପୃଥ୍ୱୀରାଜ ମିଶ୍ର, ସୁନୀଲ ଚନ୍ଦ୍ର ବିଶ୍ୱାଲ, ସ୍ୱାଗତ ଶୁଭଙ୍କର ତ୍ରିପାଠି, ମୁନସି ରୋରେନ, ଅମିତ ମଛଖଣ୍ଡ, ହୃଦୟ ଶବର, ସୁମନ୍ତ ଦାସ, ଜିତୁ କୁମାର ଦଲାଇ, ନରସିଂ ସ୍ୱାମୀ ନାଇଡୁ, ଚେତନାନନ୍ଦ ପଣ୍ଡା, ସୁଦୟ ବାରିକ, ଶ୍ରୀକାନ୍ତ ରାଉତ, ସୁଧାଂଶୁ ସେଠ, ଦଶରଥ କୁମ୍ଭାର ପ୍ରମୁଖ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଟସ୍ ଜିଣି ହିମାଚଳ ପ୍ରଦେଶ ପ୍ରଥମେ ବ୍ୟାଟିଂ କରି ସମୁଦାୟ ୧୮୧ ରନ୍ ସଂଗ୍ରହ କରି ସମସ୍ତ ୱିକେଟ ହରାଇଥିଲା । ହିମାଚଳ ପ୍ରଦେଶ ପକ୍ଷରୁ ଆଦିତ୍ୟ କଟାରିଆ ସର୍ବାଧିକ ୫୭ ରନ୍, ଅର୍ପିତ ସିଂ ୪୧ ରନ୍, କବିର ସିଂ ୩୭ ରନ୍ ସଂଗ୍ରହ କରିଛନ୍ତି । ଓଡିଶା ଦଳ ତରଫରୁ ସଫଳ ବୋଲର ଭାବେ ପ୍ରିୟାଂଶୁ ମହାନ୍ତି ସର୍ବାଧିକ ୭ ଗୋଟି ୱିକେଟ, ସଂବିତ ବେଜ୍ ଓ ରାଜ ଯାଦବ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ଓଡିଶା ତାର ପ୍ରଥମ ଇନିଂସ ଆରମ୍ଭ କରି ଆଜିର ଖେଳ ଶେଷ ସୁଦ୍ଧା ୪୪ ରନ୍ ସଂଗ୍ରହ କରିଛି । ସଂବିତ ବେଜ୍ ଅପରାଜିତ ୨୫ ରନ୍ ଓ ଅଭିଜିତ ଦାସ ୧୮ ରନ୍ ସଂଗ୍ରହ କରିଛନ୍ତି । ଓଡିଶାର ବ୍ୟାଟିଂ ଜାରି ରହିବ ।