ଟିଟିଲାଗଡ଼ ଲିଓ କ୍ଲବ ତରଫରୁ ଆନ୍ତଃ ସ୍କୁଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ଟିଟିଲାଗଡ଼ ଲିଓ କ୍ଲବ ତରଫରୁ ଆନ୍ତଃ ସ୍କୁଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଚାହାରଭଟା ସ୍ଥିତ ଓମ ଭ୍ୟାଲି ସ୍କୁଲର ଖେଳ ପଡିଆ ଠାରେ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଲାୟନ୍ସ କ୍ଲବର ପିଡିଜି ଯମୁନା ପ୍ରସାଦ ଗୋଏଲ, କ୍ଲବର ବରିଷ୍ଠ ସଦସ୍ୟ ଶ୍ରୀମତୀ ବିନ୍ଦୁ ସାହୁ ଯୋଗଦେଇ ପ୍ରତିଯୋଗିତାକୁ ଫିତା କାଟି ଉଦଘାଟନ କରିଥିଲେ । ଏହି ପ୍ରତିଯୋଗିତାରେ ଟିଟିଲାଗଡ଼ ସହରର ଆଠଟି ଟିମ ଅଂଶ ଗ୍ରହଣ କରିଥିଲେ । ସେମାନେ ହେଲେ ଓମ ଭ୍ୟାଲି ସ୍କୁଲ, ମହେଶ୍ୱର ହିନ୍ଦୀ ହାଇସ୍କୁଲ, ଡିଏଭି ପବ୍ଲିକ ସ୍କୁଲ, ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ସେଣ୍ଟଆନି ସ୍କୁଲ, ସିଦ୍ଧି ବିନାୟକ ବିଦ୍ୟା ମନ୍ଦିର, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ପ୍ରଭାବତୀ ପବ୍ଲିକ ସ୍କୁଲ । ପ୍ରଥମ ଦିନରେ ଆଠଟି ଟିମ୍‌କୁ ନେଇ ଚାରୋଟି ଲିଗ୍ ମ୍ୟାଚ୍ ଖେଳାଯାଇଥିଲା । ସେ ଭିତରୁ ଓମ ଭ୍ୟାଲି ସ୍କୁଲ, ସିଦ୍ଧି ବିନାୟକ ବିଦ୍ୟା ମନ୍ଦିର, ସେଣ୍ଟଆନି ଓ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ସେମି ଫାଇନାଲରେ ପ୍ରବେଶ କରିଛନ୍ତି । ଖେଳ ପରିଚାଳନା ଆମ୍ପାୟାର ପ୍ରଜ୍ଞା ୟାଦବ ଓ ଏକାନ୍ତ ବଗର୍ତ୍ତି କରିଥିଲେ । ଏହି ଅବସରରେ ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ଲାୟନସ କ୍ଲବର ବରିଷ୍ଠ ସଦସ୍ୟ ତଥା ଓମ ଭ୍ୟାଲି ସ୍କୁଲର ଚେୟାର ମେନ୍ ଲାୟନ ଦୀପକ ସାହୁ, ମଦନ ପୃଷ୍ଟି, ରତ୍ନାକର ସାହୁ, ମିନାକ୍ଷୀ ସାହୁ, ଦୀପକ ଗୋଏଲ, ସନ୍ତୋଷ ମହାନ୍ତି, କ୍ଲବର ମାର୍କେଟିଂ ଚେୟାର ପର୍ସନ ସଞ୍ଜୟ ନାୟକ, ଲାୟନ ଅସୀମ କୁଣ୍ଡୁ, ଅଜିତ ଚାନ୍ଦ ପାତ୍ର, କ୍ଷୀରସିନ୍ଧୁ ଦର୍ଜୀ, ଗୀତାଞ୍ଜଳି ମହାରଣା ଯୋଗ ଦେଇଥିବା ବେଳେ ଲିଓ କ୍ଲବର ସଭାପତି ପ୍ରତ୍ୟୁଷ ସାହୁ, ସମ୍ପାଦକ ରୋଶନ ଖମାରୀ, କୋଷାଧ୍ୟକ୍ଷ ସୁଭଦୀପ ସାମନ୍ତ, ଲିଓ ଏମ୍‌ଡି ରିହାନ, ସାୟଦ ଅବଦୁଲ ସହାବାଜ୍, ଶଙ୍କର ପ୍ରଧାନ, ଶ୍ରୀତମ ସାହୁ ଆୟୋଜନ କରିବାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.