ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ସୋନପୁର ନିର୍ମାଣ ଶ୍ରମିକ ସଂଘ, ବୁର୍ଡା ତରଫରୁ ସ୍ଥାନୀୟ ବୁର୍ଡା କଲ୍ୟାଣ ମଣ୍ଡପ ଠାରେ ବୈଶାଖି ନାଟ୍ୟ ମହୋତ୍ସବ ଉଦଘାଟିତ ହୋଇଯାଇଛି । ତିନିଦିନ ଧରି ଆୟୋଜିତ ହେବାକୁ ଥିବା ନାଟ୍ୟ ମହୋତ୍ସବର ଉଦଘାଟନୀ ସମାରୋହରେ ଓମ ପ୍ରକାଶ ସାହୁଙ୍କ ସଭାପତିତ୍ୱରେ ମୂଖ୍ୟ ଅତିଥି ଭାବେ ଲୋଇସିଂହା ତହସିଲଦାର ଟିକୁନୁ ଫୁଟା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଡ଼ିଓ ଅକ୍ଷୟ ପାଣି ଉଡୁ ଏବଂ ମୁଖ୍ୟବକ୍ତା ଭାବେ ସମାଜସେବୀ ଅଶୋକ ମେହେର ଯୋଗ ଦେଇଥିଲେ । ପ୍ରଥମ ଦିନରେ ବୁର୍ଡା ମଧ୍ୟମ ପଡା ପ୍ରସ୍ତୁତି ଲୋକ ନାଟକ “ଲକ୍ଷ୍ମୀ ପୁରାଣ” ଓ କଟକରୁ ଆସିଥିବା ମା’ ବାସେଲି ସଂସ୍ଥା ତରଫରୁ ଘୋଡ଼ାନାଚ ପ୍ରଦର୍ଶିତ ହୋଇଥିଲା । ପରିଶେଷରେ ସଙ୍ଗୀତଜ୍ଞ ନିଶାର ଅହମ୍ମଦ ନିଶାର ଧନ୍ୟବାଦ୍ ଅର୍ପଣ କରିଥିଲେ । ମଙ୍ଗଳବାର ସମ୍ବଲପୁରୀ ନାଟକ “ଅନ୍ଧାର ନୁଁ ଉକିଆଁ ତକ” ମଞ୍ଚସ୍ଥ ହେବ ବୋଲି ଆୟୋଜକଙ୍କ ସୂତ୍ରରୁ ଜଣାଯାଇଛି ।