ଲୋଇସିଂହା, (ବିମଳେନ୍ଦୁ ସାହୁ) : ପୁଣି ଚର୍ଚ୍ଚାରେ ଝରନିପାଲି ଗ୍ରାମ ପଞ୍ଚାୟତ । ସାଧାରଣ ଲୋକଙ୍କ ପାଇଁ ପଞ୍ଚାୟତ ପରିସର ମଧ୍ୟରେ ମାଗଣା ୱାଇଫାଇ ବ୍ୟବସ୍ଥା କରି ପୂର୍ବରୁ ଚର୍ଚ୍ଚାକୁ ଆସିଥିଲା ଆଗଲପୁର ବ୍ଲକ ଝରନିପାଲି ପଞ୍ଚାୟତ । ଏବେ ପଞ୍ଚାୟତ ତରଫରୁ ସ୍ଥାନୀୟ ବିଦ୍ୟାଳୟ ସମ୍ମୁଖରେ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଲୋକାର୍ପିତ କରି ପୁଣିଥରେ ଚର୍ଚ୍ଚାକୁ ଆସିଛି ଏହି ପଞ୍ଚାୟତ । ସରପଞ୍ଚ ସୁନିତା ସାହୁଙ୍କ ଦ୍ଵାରା ଏହି ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ ହୋଇଯାଇଛି । ଏହି ପାନୀୟ ଜଳ ପ୍ରକଳ୍ପ ଦ୍ଵାରା ସ୍ଥାନୀୟ ଛାତ୍ରଛାତ୍ରୀ ଓ ଜନସାଧାରଣ ବିଶୁଦ୍ଧ ପାନୀୟ ଜଳ ପାଇବା ସହିତ ଉପକୃତ ହୋଇପାରିବେ ବୋଲି ସରପଞ୍ଚ ଶ୍ରୀମତୀ ସାହୁ ସୂଚନା ଦେଇଛନ୍ତି ।
Next Post