ବିଧାୟିକାଙ୍କ ଦ୍ଵାରା କଲ୍ୟାଣ ମଣ୍ଡପ ଓ ମିଶନ ଶକ୍ତି ଗୃହ ଉଦ୍‌ଘାଟିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଅତାବିରା ବ୍ଲକର ଜହ୍ନାପଡା ଗ୍ରାମରେ ଏକ କଲ୍ୟାଣ ମଣ୍ଡପ ଓ ମିଶନ ଶକ୍ତି ଗୃହକୁ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଆୟୋଜିତ ସଭାରେ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଦତ୍ତ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ସମ୍ପର୍କରେ ଉପସ୍ଥିତ ଥିବା ଗ୍ରାମବାସୀମାନଙ୍କୁ ଅବଗତ କରାଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ କଲାପାଣି ଗାନ୍ଧୀ ମେମୋରିଆଲ ଉଚ୍ଚ ବିଦ୍ୟାଳୟର ଅଧ୍ୟକ୍ଷ ମୋହନ ସାହୁ, ନାରୀନେତ୍ରୀ କେ. ସରସ୍ଵତୀ ପ୍ରମୁଖ ସ୍ୱ ବକ୍ତବ୍ୟ ପ୍ରଦାନ କରିଥିଲେ ।

Leave A Reply

Your email address will not be published.