jayashree

ସିନିୟର ଇନ୍‌ଟ୍ରା କ୍ଲବ କ୍ରିକେଟ୍‌ ମ୍ୟାଚ ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ୍‌ ଠାରେ ସିନିୟର ଇନ୍‌ଟ୍ରା କ୍ଲବ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଓଡିଶା କ୍ରିକେଟ୍‌ ଏସୋସିଏସନ୍‌ ଓ ଜିଲ୍ଲା କ୍ରୀଡା ସଂସଦର ଆନୁକୂଲ୍ୟରେ ଆୟୋଜିତ ଏହି କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନି ପର୍ବରେ ଜିଲ୍ଲା କ୍ରୀଡା ସଂସଦ କାର୍ଯ୍ୟକାରୀ ସଭାପତି ଶ୍ରୀକର ମିଶ୍ର, ସଂପାଦକ ହରିନାରାୟଣ ପୁଜାରୀ, ଯୁଗ୍ମ ସଂପାଦକ ଶତୃଘ୍ନ ସିଂ, କ୍ରିକେଟ୍‌ ସଂପାଦକ ଓମ୍‌ ପ୍ରକାଶ ଚାନ୍ଦ ଓ କ୍ରିକେଟ୍‌ କୋଚ୍‌ ଅରୁଣ ନାଏକ ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଆଜିର ଏହି ମ୍ୟାଚ୍‌ଟି କେୱାଇଏସ୍‌ସି କଣ୍ଟାବାଞ୍ଜି ଓ ବଲାଙ୍ଗିର ଏନ୍‌ସିଏ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏନ୍‌ସିଏ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରି ସମୁଦାୟ ୨୬୬ ରନ୍‌ ସଂଗ୍ରହ କରି ଅଲ୍‌ଆଉଟ ହୋଇ ଯାଇଥିଲେ । ଦଳ ପକ୍ଷରୁ ରାଘବେନ୍ଦ୍ର ତ୍ରିପାଠୀ ସର୍ବାଧିକ ୧୧୧ ରନ୍‌ ସଂଗ୍ରହ କରିଥିଲେ । କେୱାଏସ୍‌ସି ପକ୍ଷରୁ ସଫଳ ବୋଲର୍‌ ଭାବରେ ସମିର ଖାନ ଓ ଶ୍ୟାମ ବଛା ପ୍ରତ୍ୟେକ ୩ ଗୋଟି ଲେଖାଏଁ ୱିକେଟ୍‌ ନେଇଥିଲା । ୨୬୬ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି କେୱାଏସ୍‌ସି ଦଳ ସମସ୍ତ ୱିକେଟ୍‌ ହରାଇ ମାତ୍ର ୧୦୯ ରନ୍‌ ସଂଗ୍ରହ କରିଥିଲେ । ଫଳରେ ଏହି ମ୍ୟାଚ୍‌କୁ ଏନ୍‌ସିଏ ଦଳ ୧୫୭ ରନ୍‌ରେ ବିଜୟୀ ହୋଇଥିଲେ । ଏନ୍‌ସିଏ ପକ୍ଷରୁ ସଫଳ ବୋଲର୍‌ ଭାବରେ ଯୋଗେଶ୍ୱର ବାଗ ସର୍ବାଧିନ ୫ ଗୋଟି ୱିକେଟ୍‌ ନେଇଥିଲେ । ଆଜିର ଏହି ମ୍ୟାଚ୍‌କୁ ରାଜେନ୍ଦ୍ର ସେଠ ଓ ମୁକେଶ ସ୍ୱାଇଁ ପରିଚାଳନା କରିଥିବା ବେଳେ ଜଗପତି ନାଏକ ଓ ସ୍ୱାଗତ ଶୁଭଙ୍କର ସ୍କୋରର ଦାୟିତ୍ୱ ତୁଳାଇଥିଲେ ।

Leave A Reply

Your email address will not be published.