ରିଷିଡା ଗ୍ରାମ ଉନ୍ନୟନ କମିଟିର କାର୍ଯ୍ୟାଳୟ ଉଦ୍‌ଘାଟିତ

କଳାହାଣ୍ଡି, (ନରୋତ୍ତମ ସେଲମା) : ଆଜି ରିଷିଡା ଦୁର୍ଗା ମଣ୍ଡପ ନିକଟରେ ରିଷିଡାର ସର୍ବୋଚ୍ଚ ବେସରକାରୀ ଅନୁଷ୍ଠାନ ଗ୍ରାମ ଉନ୍ନୟନ କମିଟିର କାର୍ଯ୍ୟାଳୟ ଉଦ୍‌ଘାଟିତ ହୋଇଯାଇଛି । ସରପଞ୍ଚ ସେବତୀ ରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରି ଗ୍ରାମର ବିକାଶ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ସଭାପତି ନନ୍ଦକିଶୋର ରଣାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସମ୍ପାଦକ ନରୋତ୍ତମ ସେଲମା, ସହସମ୍ପାଦକ ଲକ୍ଷ୍ମୀପ୍ରସାଦ ସେଠ, ପୂର୍ବତନ ସମ୍ପାଦକ ଅନ୍ତର୍ଯ୍ୟାମୀ ସାହୁ, ସଞ୍ଜୟ ଜୈନ, ତ୍ରିଶଙ୍କ ରଣା, ରଞ୍ଜନ ନାଏକ, ସୁଶାନ୍ତ ମଲ୍ଲିକ ପ୍ରମୁଖ ଯୋଗଦେଇ କାର୍ଯ୍ୟାଳୟର ନିହାତି ଆବଶ୍ୟକ ଥିଲା ଓ ଏଠାରେ ଗ୍ରାମର ବିକାଶ ନେଇ ବିଭିନ୍ନ ବର୍ଗର ଲୋକେ ଏକତ୍ରିତ ହୋଇ ଆଲୋଚନା କରିପାରିବେ ବୋଲି ପ୍ରକାଶ କରିଥିଲେ ।

Leave A Reply

Your email address will not be published.