
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସକାଳେ ମିଶନ ଶକ୍ତି ବନାମ ମିଲେଟ ମିଶନ ପକ୍ଷରୁ ଆଉଟଲେଟ ଉଦ୍ଘାଟିତ ହୋଇଯାଇଛି । ମିଲେଟ ମିଶନ ଓ ମିଲେଟ କାଫେ ଏହି ଦୁଇଟି ବିଭାଗର ଏକ ନିର୍ଭରଶୀଳ ଖାଦ୍ୟରୁଚି ଘର ଯାହା ଗତକାଲି ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି । ଏହା ଯେ, ମାଣ୍ଡିଆରୁ ତିଆରି ଖାଦ୍ୟରୁଚି ଦ୍ରବ୍ୟକୁ ଏହି ବ୍ୟବସାୟ ପ୍ରତିଷ୍ଠାନରେ ସ୍ଥାନ ଦିଆଯାଇଛି । ମିଶନ ଶକ୍ତି ସୌଜନ୍ୟରେ ମିଲେଟ ମିଶନ ପକ୍ଷରୁ ଆଉଟଲେଟକୁ ଲୋକାର୍ପଣ କଲେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଲୀନା କୁମାରୀ ଖେସ୍, ଗଞ୍ଜାମ ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ଭି.କୀର୍ତ୍ତିଭାସନ ଏବଂ ବିଭିନ୍ନ ବର୍ଗର ଜିଲ୍ଲାସ୍ତରୀୟ ପଦାଧିକାରୀ ଗଣ ଉପସ୍ଥିତ ରହି ଅତ୍ୟାଧୁନିକ ଧରଣର ଆଉଟଲେଟରେ ମିଶନ କୁଇନମାନଙ୍କଦ୍ୱାରା ପ୍ରସ୍ତୁତ ସ୍ୱାଦିଷ୍ଟ ବ୍ୟଞ୍ଜନ ଅଥବା ରୁଚିକର ଖାଦ୍ୟ ଖାଇ ଖୁସିରେ ମସଗୁଲ ହୋଇଥିଲେ ।
ପ୍ରକାଶ ଥାଉକି, ଗଞ୍ଜାମ ଜିଲ୍ଲାରେ ମାଣ୍ଡିଆ ଉତ୍ପାଦନରେ ପ୍ରଭୁତ ସୁନାମ ଥିଲା । ମାଣ୍ଡିଆର ଚାହିଦା ଓ ଆଦରତା ଏବେ କମିଯାଉଥିବା ବେଳେ ମାଣ୍ଡିଆର ଖାଦ୍ୟପ୍ରାଣ ଶକ୍ତି ଭିଟାମିନ ବି, ସି ରହୁଛି । ତେଣୁ ଏବେ ମାଣ୍ଡିଆ ଉତ୍ପାଦନ କରିବାକୁ ସରକାର ପ୍ରୋତ୍ସାହନା ଦେଉଛନ୍ତି । ମାଣ୍ଡିଆରେ ପ୍ରସ୍ତୁତ ରୁଚିକର ଖାଦ୍ୟ ପଦାର୍ଥ ଯଥା ବଡ଼ି, ପାମ୍ପଡ଼, ମୁଡ଼ିକି, ସେଉ, ଭୁନ୍ଦି, ମିକ୍ସଚର, ବିସ୍କୁଟ, ତାଡ଼ିଆ, ମାଲପୁଆ, ଲଡୁ, ଖଜା, ଆରିଶା, କାକରା ଆଦି ମାଣ୍ଡିଆରେ ସ୍ୱାଦିଷ୍ଟ ଖାଦ୍ୟଦ୍ରବ୍ୟ ଲୋକଙ୍କୁ ରୁଚି ଆଣିଥାଏ ବୋଲି କୁହାଯାଇଛି । ଏହାକୁ ଲୋକାଭିମୁଖୀ କରାଇବା ନିମନ୍ତେ ପ୍ରଶାସନ ଏହି ପଦକ୍ଷେପ ନେଇଛନ୍ତି । ତା’ସାଂଗକୁ ଏହି ଆଉଟଲେଟ ଦ୍ୱାରା ସ୍ୱାସ୍ଥ୍ୟପ୍ରତି ହିତ ଦୃଷ୍ଟିରୁ ପ୍ରସ୍ତୁତ ବିଭିନ୍ନ ସ୍ୱାଦିଷ୍ଟ ଖାଦ୍ୟଦ୍ରବ୍ୟ ଜିନିଷ ଏଠାରେ ଉପଲବ୍ଧ ହୋଇଛି । ଚା’, ବିସ୍କୁଟ, ଜଳଖିଆ ତଥା ସ୍ନାକ୍ସ ଆଇଟମ, ମଧ୍ୟାହ୍ନ ଭୋଜନ ଆଦି ସବୁର ଉପଲବ୍ଧ ରହିବ ଏହି ଆଉଟଲେଟରେ ।
ଏହି ଜିଲ୍ଲାର ମହିଳାମାନଙ୍କୁ ଅଧିକା ସକ୍ରିୟ କରିବା, ସୃଜନଶୀଳ କରାଇ ସ୍ୱାବଲମ୍ବନଶୀଳ କରାଇବା ଓ ଗ୍ରାମୀଣ ମହିଳାମାନଙ୍କୁ ସହରାଭିମୂଖୀ କରାଇବାରେ ରାଜ୍ୟ ସରକାରଙ୍କ ପ୍ରୟାସ ଜାରି ରଖିଛନ୍ତି । ଯେପରିକି ସବୁ ବର୍ଗର ମହିଳାମାନଙ୍କୁ ରୋଜଗାର କ୍ଷମ କରାଇବାରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ବଳିଷ୍ଠ ପଦକ୍ଷେପ ନେଇଆସିଛନ୍ତି । ମିଶନ ଶକ୍ତିର ମହିଳାମାନଙ୍କୁ ଅଧିକ ସଶକ୍ତିକରଣ କରାଇ ଜୀବିକା ମିଶନରେ ଥାଇଥାନ କରିଆସିଛନ୍ତି । ଏଦିଗରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଶନ ଶକ୍ତି ଜରିଆରେ ଅଧିକ ଲୋକାଭିମୁଖୀ କରାଇ ମହିଳାମାନଙ୍କୁ କ୍ରିୟାଶୀଳ କରାଯାଉଛି ।
