ଦେଓଗାଁ ବ୍ଲକରେ ରୂପାନ୍ତରିତ ହାଇସ୍କୁଲ ଉଦ୍‌ଘାଟିତ

ଦେଓଗାଁ, (ମନୀଷ କୁମାର ସାହୁ) : ବଦଳୁଛି ହାଇସ୍କୁଲର ରୂପରେଖ । ୫-ଟି ଅଧୀନରେ ସ୍କୁଲ ଟ୍ରାନ୍ସଫର୍ମେସନ ଜରିଆରେ ବଦଳୁଛି ସ୍କୁଲର ନକ୍ସା । ନୂଆ ରୂପରେ ସଜେଇ ହୋଇଥିବା ଦେଓଗାଁ ବ୍ଲକର ୫ ଖଣ୍ଡ ସ୍କୁଲକୁ ଭିଡିଓ କନଫରେନ୍ସ ଯୋଗେ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୁଧବାର ୟୁଜି ହାଇସ୍କୁଲ ବନ୍ଧପାଲି, ପଞ୍ଚାୟତ ସମିତି ବାଳିକା ହାଇସ୍କୁଲ ଦେଓଗାଁ, ସୁରଧନୁ ହାଇସ୍କୁଲ କୁତୁର୍ଲା, ଶ୍ରୀହର୍ଷ ହାଇସ୍କୁଲ ସିକୁଆଁ, ସାରସମାଲ ହାଇସ୍କୁଲ ଉଦ୍‌ଘାଟନ ହୋଇଯାଇଛି । ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କର ଶିକ୍ଷାର ମାନ ବୃଦ୍ଧି କରିବା, ଉନ୍ନତ ଶିକ୍ଷାଦାନ ଓ ଏକ ସୁନ୍ଦର ପରିବେଶ ପାଇବା ପାଇଁ ସରକାରଙ୍କର ଏହି ପ୍ରୟାସ ପାଇଁ ଛାତ୍ରଛାତ୍ରୀଙ୍କ ସହ ଅବିଭାବକ, ବୁଦ୍ଧିଜୀବୀ, ଶିକ୍ଷାବିତ୍‌ମାନେ ଏହାକୁ ସ୍ୱାଗତ କରିବା ସହିତ ମୁଖ୍ୟମନ୍ତ୍ରୀ, ୫-ଟି ସଚିବ ଓ ଶିକ୍ଷାମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

Leave A Reply

Your email address will not be published.