oom

ଖୁଟୁଲୁମୁଣ୍ଡା ଶିବରାତ୍ରିରେ ଶିବ ପାରାୟଣ ଏବଂ ଜଲନ୍ଧର ବଦ୍ଧ ଉଦ୍‌ଘାଟିତ

jsmm

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଥାନା ହିଆଁଲ ପଂଚାୟତ ଖୁଟୁଲୁମୁଣ୍ଡା ଗ୍ରାମରେ ଫେବୃଆରୀ ୧୮ ତାରିଖରୁ ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ମନ୍ଦିର ପରିସରରେ ମହାଶିବରାତ୍ରି ମେଳା ଅବସରରେ ଶିବ ପାରାୟଣ ଓ ଜଲନ୍ଧର ବଦ୍ଧ ଉଦ୍‌ଘାଟିତ ହୋଇଯାଇଛି । ଏହି ମେଳା ଅବସରରେ ମନ୍ଦିର ପରିସରରେ ଶିବ ପାରାୟଣ ଦିନରେ ହେଉଥିବା ବେଳେ ରାତିରେ ଜଲନ୍ଧର ବଦ୍ଧ ଏବଂ ମୀନା ବଜାର ପାଇଁ ପ୍ରବଳ ଭିଡ ଦେଖିବାକୁ ମିଳିଛି । ରବିବାର ଦିନ ଜଲନ୍ଧର ବଦ୍ଧର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂଜା କମିଟିର ସଭାପତି ଗଫାର ଖାନ, ଉପସଭାପତି ପୁଟା ବାବୁ, ସମ୍ମାନିତ ଅତିଥି ଭାବେ ସୁବାଷ ଚନ୍ଦ୍ର ସାହୁ, ବିଜେପି ବ୍ଲକ ସଂପାଦକ, ମୁଖ୍ୟ ବକ୍ତା ଭାବେ ସାମ୍ବାଦିକ ଗୁରୁଦୟାଲ ହଂସ ମଂଚାସୀନ ଥିବା ବେଳେ ଆୟୋଜକ ଲକ୍ଷ୍ମଣ ବାଗ ମଂଚ ପରିଚାଳନା କରିଥିଲେ । ଏହି ଶିବରାତ୍ରି ମେଳା ତଥା ପାରାୟଣ ଓ ଜଲନ୍ଧର ବଦ୍ଧ ଆସନ୍ତା ଫେବୃଆରୀ ୨୩ ତାରିଖ ଯାଏ ଚାଲିବ ବୋଲି କମିଟି ତରଫରୁ ପ୍ରକାଶ ।

jittmm
Leave A Reply

Your email address will not be published.