କରୁଆଁଝର ୨୬ତମ ଆଜାଦ କ୍ରିକେଟ ପ୍ରତିଯୋଗିତା ଉଦ୍‌ଘାଟିତ : ବାଞ୍ଜିବାହାଳିକୁ ହରାଇ ପ୍ରଥମ ସେମି ଫାଇନାଲରେ ପହଞ୍ଚିଲା ବଡବନ୍ଧ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କରୁଆଁଝରରେ ଶୁକ୍ରବାର ଦିନ ୨୬ତମ ଆଜାଦ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଗ୍ରୁପ୍ ‘ଏ’ ର ପ୍ରଥମ ମ୍ୟାଚରେ ସିଲେଟକାନିକୁ ବଡବନ୍ଧ ହରାଇଥିଲା । ଦ୍ବିତୀୟ ମ୍ୟାଚରେ କରୁଆଁଝରକୁ ବାଞ୍ଜିବାହାଲି ହରାଇଥିଲା । କ୍ୱାର୍ଟର ଫାଇନାଲରେ ବାଞ୍ଜିବାହାଲିକୁ ବଡବନ୍ଧ ଦଳ ହରାଇଥିଲା । ଆଜିର ମ୍ୟାଚଗୁଡ଼ିକୁ ଆକାଶ ବଗର୍ତ୍ତି, ଅନିଲ ପଧାନ, ଶୁଭମ ଭୋଇ, ବାବଲୁ ବାଗ, ଭାରତ ଭୋଇ, ସ୍ଵାଧୀନ କୁଡ଼େଇ, ମଣ୍ଟୁ ସାହୁ ପ୍ରମୁଖ ପରିଚାଳନା କରିଥିଲେ ।

Leave A Reply

Your email address will not be published.