ସରକାରୀ ବାଳିକା ହାଇସ୍କୁଲରେ ବାର୍ଷିକ କ୍ରୀଡା ଉଦ୍‌ଘାଟିତ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସ୍ଥିତ ସରକାରୀ ବାଳିକା ହାଇସ୍କୁଲର ବାର୍ଷିକ କ୍ରୀଡା ଉଦ୍‌ଘାଟିତ ହୋଇଯାଇଛି । ଶୁକ୍ରବାର ଦ୍ୱିତୀୟ ଦିନର ଉଦ୍‌ଘାଟନୀ ଦିବସରେ ସ୍ଥାନୀୟ ସାମ୍ବାଦିକ ସଂଘର ସଭାପତି ବିମଲ କୁମାର ଦାଶ ମୁଖ୍ୟ ଅତିଥି, କାର୍ଯ୍ୟକାରୀ ସଭାପତି ଗୁରୁଦୟାଲ ହଂସ ମୁଖ୍ୟବକ୍ତା, ସଂପାଦକ ସମିମ ଅହମ୍ମଦ ଓ ବିଦ୍ୟାଳୟର ପରିଚାଳନା ସମିତି ସଭାନେତ୍ରୀ ରଶ୍ମିତା ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ସଭାରେ ବିଦ୍ୟାଳୟର ଛାତ୍ରୀମାନଙ୍କ ଲୁକାୟିତ କ୍ରୀଡା ପ୍ରତିଭାକୁ ଉଦ୍‌ଜୀବୀତ କରିବା ସହ ଆଗାମୀ ଦିନର ଭବିଷ୍ୟତ ପାଇଁ ବାର୍ଷିକ କ୍ରୀଡା ମାଧ୍ୟମରେ ପୂର୍ଣ୍ଣାଙ୍ଗ କ୍ରୀଡାବିତ୍‌ ନିର୍ମାଣ କରିବା ପ୍ରତ୍ୟେକ ବିଦ୍ୟାଳୟର ସ୍ରୋତ ହେବା ଉଚିତ ବୋଲି ଶ୍ରୀ ହଂସ ନିଜ ମତ ଦେଇଥିଲେ । ଏହି ସଭାକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ତରିଆ ସଂଚାଳନ କରିଥିବା ବେଳେ ବିଦ୍ୟାଳୟର ପିଇଟି ଶିକ୍ଷକ ଉପେନ୍ଦ୍ର ଚନ୍ଦନ, ସୁରେନ୍ଦ୍ର ମହାନ୍ତି, କୁନୁ ବାରିକ ଓ ରାଜେନ୍ଦ୍ର ଧରୁଆ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.