om academy

ଜିଏମ୍‌ୟୁ ବାଣିଜ୍ୟ ବିଭାଗ‌ ତରଫରୁ ଚିତ୍ର ଓ ଚିତ୍ର ଉତ୍ତୋଳନ ପ୍ରଦର୍ଶନୀ ଏବଂ ଖାଦ୍ୟ ମେଳା ଉଦ୍‌ଘାଟିତ

jsm

ସମ୍ବଲପୁର : ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ (ଜିଏମ୍‌ୟୁ)ର ବାଣିଜ୍ୟ ବିଭାଗ ଆନୁକୂଲ୍ୟରେ ଶୁକ୍ରବାର ଦିନ ଚିତ୍ର ଓ ଚିତ୍ର ଉତ୍ତୋଳନ ପ୍ରଦର୍ଶନୀ ଏବଂ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଦର୍ଶନୀକୁ ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଡ଼. ପ୍ରୀତିଶ୍ ଆଚାର୍ଯ୍ୟ ଏବଂ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଏନ୍ ନାଗାରାଜୁ ଉଦ୍‌ଘାଟନ କରିଥିଲେ । ବିଶ୍ଵବିଦ୍ୟାଳୟର କୁଳସଚିବ ଶ୍ରୀମତୀ ଜୁଗଲେଶ୍ୱରୀ ଦାସ, ଉପକୁଳସଚିବ ଡ଼. ଉମାଚରଣ ପତି, ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ଦାସ, ବିତ୍ତ ନିୟନ୍ତ୍ରକ ଶ୍ରୀମତୀ କନକଲତା ଏକ୍କା ଏବଂ ବିଭିନ୍ନ ବିଭାଗର ବିଭାଗୀୟ ମୁଖ୍ୟମାନେ ଏହି ପ୍ରଦର୍ଶନୀକୁ ପରିଦର୍ଶନ କରିଥିଲେ । କାର୍ଯ୍ୟକ୍ରମରେ ବାଣିଜ୍ୟ ବିଭାଗର ପ୍ରାକ୍ତନ ବିଭାଗୀୟ ମୁଖ୍ୟ ପ୍ରଫେସର ଡ. ଶ୍ୟାମା ଚରଣ ଆଚାର୍ଯ୍ୟ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଚିତ୍ର କଳା ପ୍ରଦର୍ଶନରେ ରୋହନ୍, ଖିତିସ୍, ନିଳିମା, ସୁଶାନ୍ତ, ଅନନ୍ୟା, ଆଦିତ୍ୟ, ସତ୍ୟବ୍ରତ, ମୃତ୍ୟୁଞ୍ଜୟ ଓ ସୁଧାଂଶୁ ଅଂଶଗ୍ରହଣ କରିଥିଲେ । ଖାଦ୍ୟ ମେଳାରେ ଫରାଦ୍, ଶ୍ଵେତା, ସୁଭ୍ରତା, ଆୟୁଷ, ବିଜୟ, ଲକ୍ଷ୍ମୀ, ବୈଷ୍ଣବ, ସମୀର, ରିତେସ୍, ଅମିତ୍, ଶୁଭମ୍, ବାବୁ, ଜୟଶ୍ରୀ, ସୁନୀଲ, ସୁରଜ୍, ଅଭିଷେକ ଓ ଗଗନ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ବାଣିଜ୍ୟ ବିଭାଗର ବିଭାଗୀୟ ମୁଖ୍ୟ ଡ. ପ୍ରିୟବ୍ରତ ପଣ୍ଡାଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହା ବ୍ୟତୀତ ଅଧ୍ୟାପକ ଡ. ଜ୍ଞାନରଞ୍ଜନ ବଳ, ସୁବାଷ ଚନ୍ଦ୍ର ଝାଙ୍କର, ଅମ୍ରିତ୍ ପ୍ରସାଦ ସିଂ ଓ ଅଧ୍ୟାପିକା ସରୋଜା ମେହେର ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରିଥିଲେ । ଗବେଷକ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅର୍ଜୁନ, ସତ୍ୟ ଓ ବିକାଶ ପ୍ରମୁଖ ଉପସ୍ଥିତ ରହି ସହଯୋଗ ରହିଥିଲେ । ବାଣିଜ୍ୟ ବିଭାଗର ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Leave A Reply

Your email address will not be published.