ଭୈରବୀ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ଅନ୍ତର୍ଗତ ତୁର୍ଲା ଗାଁର ୧୫ତମ ଭୈରବୀ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ କ୍ରିକେଟ୍ କ୍ଲବ ସଭାପତି ଜ୍ୟୋତି ରଞ୍ଜନ ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଭାନପୁର ସରପଞ୍ଚ ରୀନା ଜାଲ ଓ ସମ୍ମାନିତ ଅତିଥି ରୂପେ ଆଶ୍ରମ ସ୍କୁଲ ପ୍ରଧାନ ଶିକ୍ଷକ ଭୂପିନ୍ଦ୍ର ବନଗୁଲା, ଦୟା ସାଗର ମର୍ହି, ଲଚ୍ଛମନ୍ କାଲସାଏ ଭାନପୁର ସରପଞ୍ଚ ଉଦ୍‌ଘାଟନ କରିଥିଲେ । ଉଦ୍‌ଘାଟନୀ ମ୍ୟାଚ୍‌ ଭାନପୁର ଓ ପୁତୁଲାମହୁଲ ମଧ୍ୟରେ ଖେଳା ଯାଇଥିଲା । ପୁତୁଲାମହୁଲ ଦଳ ପ୍ରଥମେ ଟସ୍‌ ଜିଣି ବ୍ୟାଟିଙ୍ଗ କରି ୧୨ ଓଭର୍‌ରେ ୭ ୱିକେଟ୍ ହରାଇ ୧୦୬ ରନ୍ ସଂଗ୍ରହ କରିଥିଲା । ଜବାବରେ ଭାନପୁର ଦଳ ୭ ଓଭର୍‌ରେ ସମସ୍ତ ୱିକେଟ ହରାଇ ମାତ୍ର ୪୮ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା । ଯାହାଫଳରେ ପୁତୁଲାମହୁଲ ଦଳକୁ ବିଜୟୀ ଘୋଷଣା କରାଯାଇଥିଲା । ଅମ୍ପାୟାର ଭାବେ ହୀରାଧର ଶବର ଓ ନୀଳକାନ୍ତ ପାତ୍ର ଖେଳ ପରିଚାଳନା କରିଥିବା ବେଳେ ପ୍ରଶାନ୍ତ ମେହେର ସ୍କୋରର ଭାବେ କାର୍ଯ୍ୟ ସମ୍ପାଦନ କରିଥଲେ । ଆଶିଷ ପାଣିଗ୍ରାହୀ ଓ ରଞ୍ଜିତ ମେହେର ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଆକାଶ ପାଣିଗ୍ରାହୀ, ପପୁ ଭୁଏ, ନରେଶ ବାରିକ, କେଦାର ବାରିକ, ଉତ୍ତମ ମାଝୀ, ନବୀନ ଭୁଏ, ଓଁକାର ଭୋଇ, ସୁବିତ୍ ଭୋଇ, ବିଦ୍ୟା ମେହେର, ନିକୁ ଶବର, ମିଲନ ନାଗ, ରାଧେ ଭୁଏ, ପୁରନ୍ଦର ଭୁଏ, ଘାସି ମେହେର, ଛବିଲ ପଧାନ, ମିତ୍ର ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଟୁର୍ଣ୍ଣାମେଣ୍ଟ ୮ ଦିନ ଧରି ଚାଲିବ ବୋଲି ଜଣାପଡିଛି ।

jittmm
Leave A Reply

Your email address will not be published.