oom

ଓଡିଶା – ବିଦର୍ଭ କୁଚ ବେହାର ଟ୍ରଫି କ୍ରିକେଟ ଉଦ୍‌ଘାଟିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମରେ ଓଡିଶା ବନାମ ବିଦର୍ଭ ସର୍ବଭାରତୀୟ ୧୯ ବର୍ଷ ବର୍ଗ କୁଚ ବେହାର ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଓଡିଶା କ୍ରିକେଟ ଏସୋସିଏସନ ଆନୁକୂଲ୍ୟରେ ତଥା ଜିଲ୍ଲା କ୍ରୀଡା ସଂସଦ ଦ୍ୱାରା ଆୟୋଜିତ ଟୁର୍ଣ୍ଣାମେଣ୍ଟର ଏହି ଉଦ୍‌ଘାଟନୀ ପର୍ବରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକର, ବିଶିଷ୍ଟ ଖେଳାଳି ତଥା ଆଇନଜୀବୀ ଅମରେନ୍ଦ୍ର ମିଶ୍ର ଓ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ଯୋଗଦାନ କରି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । କ୍ରୀଡା ସଂସଦର ସାଧାରଣ ସଂପାଦକ ହରିନାରାୟଣ ପୂଜାରୀଙ୍କ ଆବାହକତ୍ୱରେ ଆୟୋଜିତ ଏହି ପର୍ବରେ ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର ଓ ଡ. ପ୍ରହଲ୍ଲାଦ ଶତପଥି, ଯୁଗ୍ମ ସଂପାଦକ ପଦ୍ମ ଚରଣ ଆଚାର୍ଯ୍ୟ ଓ ଶତୃଘନ ସିଂ, କୋଷାଧ୍ୟକ୍ଷ ପ୍ରଭାତ ମିଶ୍ର, ଫୁଟବଲ ସଂପାଦକ ହେମନ୍ତ ବେହେରା, ବରିଷ୍ଠ ସଭ୍ୟ ରମାକାନ୍ତ ସେଠ, ସୁଧିର ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଆଜି ଟସ୍‌ ଜିଣି ବିଦର୍ଭ ଦଳ ଓଡିଶା ଦଳକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ । ଓଡିଶା ଦଳ ୫୯ ଓଭରରେ ସମୁଦାୟ ୧୪୯ ରନ୍‌ ସଂଗ୍ରହ କରି ଅଲ୍‌ ଆଉଟ ହୋଇଯାଇଥିଲା । ଓଡିଶା ତରଫରୁ ସାଇଦୀପ ମହାପାତ୍ର ସର୍ବାଧିକ ୪୪ ରନ୍‌, ଆଶୀର୍ବାଦ ସ୍ୱାଇଁ ୨୭ ଓ ଅଂଶୁମାନ ସାହୁ ୨୦ ତଥା ଆଶୁତୋଷ ମାରାଣ୍ଡି ଅପରାଜିତ ୨୦ ରନ୍‌ କରିଥିଲେ । ବିଦର୍ଭ ପକ୍ଷରୁ ସଫଳ ବଲର ଭାବେ ଧର୍ମେନ୍ଦ୍ର ଠାକୁର ୩, ସଂଯୋଗ ଶ୍ୟାମ ଭଗତ ୩ ଓ ରାଜ୍‌ସିଂ ଚୌହାନ ୨ ଗୋଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଜବାବରେ ବିଦର୍ଭ ଖେଳ ସମାପ୍ତି ବେଳକୁ ୨୫ ଓଭରରେ ୨ ୱିକେଟ ହରାଇ ୬୯ ରନ୍‌ ସଂଗ୍ରହ କରିଥିଲେ । ବିଦର୍ଭ ଦଳର ନୀଲ୍‌ ଅଠାରେ ଅପରାଜିତ ୩୭ ରନ୍‌ ଓ ଦାନିଶ ମାନେୱାଲ ୮ ରନ୍‌ ରେ ଅପରାଜିତ ଅଛନ୍ତି । ଓଡିଶା ପକ୍ଷରୁ ସ୍ୱରୂପ ଏସ୍‌ ଭୁୟାଁ ଓ ଆଦିତ୍ୟ ଜୟସିଂ ଉଭୟେ ଗୋଟିଏ ଲେଖାଏଁ ୱିକେଟ ଦାଖଲ କରିଥିଲେ ।

jittmm
Leave A Reply

Your email address will not be published.