jayashree

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସାତକୋଶିଆରେ ଇକୋ ରିଟ୍ରିଟ ଉଦ୍‌ଘାଟିତ

କଟକ : କଟକ ଜିଲ୍ଲା ବାଲିପୁଟ ନିକଟସ୍ଥ ସାତକୋଶିଆ ଠାରେ ଇକୋ ରିଟ୍ରିଟ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ବ୍ୟବସ୍ଥାରେ ଏହାର ଶୁଭାରମ୍ଭ କରିଛନ୍ତି । ଫେବୃଆରୀ ୧୫ ତାରିଖ ଯାଏ ଅନୁଷ୍ଠିତ ହେବାକୁ ଥିବା ଇକୋ ରିଟ୍ରିଟରେ ଏଥର ୨୭ଟି କଟେଜ ବ୍ୟବସ୍ଥା କରାଯାଇଛି । କଟେଜ ଟାରିଫ୍ ୬ ହଜାରରୁ ଆରମ୍ଭ ହୋଇ ୧୦ ହଜାର ଟଙ୍କା ଯାଏ ରହିଥିବା ସୂଚନା ମିଳିଛି । ସାତକୋଶିଆ ଅଭୟାରଣ୍ୟ ପାର୍ଶ୍ଵରେ ପ୍ରାକୃତିକ ପରିବେଶ ଘେରରେ ପର୍ଯ୍ୟଟକଙ୍କ ପାଇଁ ଅନେକ କିଛି ବ୍ୟବସ୍ଥା କରାଯାଇଛି । ବିଭିନ୍ନ ପ୍ରକାରର ଖେଳ ସାଙ୍ଗକୁ ବୋଟିଂ, ସାଇକେଲିଂ, ତୀରଚାଳନା ଆଦି ସୁବିଧା ରହିଛି । ରହଣି ବ୍ୟବସ୍ଥାରେ ଦୁଇ ପ୍ରକାରର କଟେଜ ବ୍ୟବସ୍ଥା ରହିଛି । ତାହା ହେଲା ଡିଲକ୍ସ ସୁଇସ୍ କଟେଜ ଏବଂ ପ୍ରିମିୟମ ସୁଇସ୍ କଟେଜ । ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, କଟକ ଜିଲ୍ଲା ପରିଷଦ ଅଧ୍ୟକ୍ଷ କିଶୋର ମିଶ୍ର, ଅଗ୍ନିଶମ ଏଡିଜି ସୌମ୍ୟ ମିଶ୍ରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.