ଉତ୍କଳ ସାଂସ୍କୃତିକ ପରିଷଦର କାର୍ଯ୍ୟାଳୟ ଉଦ୍‌ଘାଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ସାଂସ୍କୃତିକ ପରିଷଦର ୩୨ତମ ବୋଇତ ବନ୍ଦାଣ ଉତ୍ସବ ପାଇଁ ସେକ୍ଟର ୨ ଦୁର୍ଗା ପୂଜା ପଡିଆଠାରେ ଏକ ଅସ୍ଥାୟୀ କାର୍ଯ୍ୟାଳୟ ଖୋଲାଯାଇଛି । ପରିଷଦର ଅଧ୍ୟକ୍ଷ ସୁନିଲ୍ କୟାଲଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ଶଂକର ଜେନାଙ୍କ ଆବାହକତ୍ୱରେ ଆୟୋଜିତ ଏକ ନିରାଡମ୍ବର କାର୍ଯ୍ୟକ୍ରମରେ ଚ୍ୟାମ୍ବର ଅଫ୍ କମର୍ସର ସଭାପତି ଶୁଭ ପଟ୍ଟନାୟକ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ଭାବେ ଅର୍ବାନ କୋଅପରେଟିଭ ବ୍ୟାଙ୍କର ସଭାପତି ଦିଲ୍ଲୀପ ମହାପାତ୍ର, ମୀନତି ଦେବତା, ଯଶବିନ୍ଦର ସିଂ ପ୍ରମୁଖ ଯୋଗଦେଇ ନଡିଆ ଭାଙ୍ଗି କାର୍ଯ୍ୟାଳୟକୁ ଉଦ୍‌ଘାଟନ କରିଥିଲେ । ପ୍ରାରମ୍ଭରେ ସଭାପତି ଅଭୟ କୁମାର ମହାପାତ୍ର ସମସ୍ତ ଅତିଥିଙ୍କୁ ସ୍ୱାଗତ କରିଥିଲା ବେଳେ ସଂପାଦକ ଶ୍ରୀ ଜେନା କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ମଂଚ ସଂଯୋଜନା କରିଥିଲେ । ଏହି ଅବସରରେ ଉପଦେଷ୍ଟା ଦେବେନ୍ଦ୍ର ନାଥ ସାମନ୍ତରାୟ, ନୀଳାମ୍ବର ପୁହାଣ, ରଶ୍ମତ ସାହାଣୀ, ବିରେନ୍ଦ୍ର ସ୍ୱାଇଁ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ କବି କୁଞ୍ଜବିହାରୀ ରାଉତ ସଂଗଠନ କର୍ମକର୍ତ୍ତାଙ୍କ ସଂପର୍କରେ କବିତା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଓ ସଭ୍ୟ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସୂଚନା ଯୋଗ୍ୟ ଯେ, ଆସନ୍ତା ନଭେମ୍ବର ୬ ଓ ୭ ତାରିଖ ଦୁଇଦିନ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯିବ ।

Leave A Reply

Your email address will not be published.