centurian jitm

ପୌରପରିଷଦର ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ କଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ

nschool

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡ ବିଧାୟକ ତଥା ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ପୌରପରିଷଦ ଦ୍ଵାରା ନିର୍ମାଣ ହୋଇଥିବା ଓ ନିର୍ମାଣ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ପ୍ରାୟ ସାତଟି ପ୍ରକଳ୍ପ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଟିଟିଲାଗଡ ପୋଲିସ ଷ୍ଟେସନ ସମ୍ମୁଖରେ ନିର୍ମାଣ ହୋଇଥିବା ନୂତନ ଶୌଚାଳୟ, ସାହାରା ଅଫିସ ପାଖରେ ଡ୍ରେନ, ମ୍ୟୁନିସିପାଳିଟି ପଛପଟେ ଦୁଇ ଚକିଆ ପାର୍କିଂ ଜୋନ, ରେଳ ଷ୍ଟେସନରୁ ୱର ହାଉସ ପାଖରେ ଫ୍ରୀ ପାର୍କିଂ ଜୋନ, ହାଟପଦାରେ ପରିବାର ବଜାର ଓ ଦୋକାନ ଗୃହର ଉଦ୍‌ଘାଟନ କରିବା ସହ ସର୍ଗିଗୁଡ଼ା ରାମ ମନ୍ଦିରର ପୁନଃ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଟୁକୁନି ସାହୁଙ୍କ ସହ ଟିଟିଲାଗଡର ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଓ ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ଉପଜିଲ୍ଲାପାଳ ମହାଜନ ମନୋଜ ସତ୍ୟବାନ, ଟିଟିଲାଗଡ ଏସଡିପିଓ ସୁରେନ୍ଦ୍ର ନାଥ ଶତପଥୀ, ଥାନା ଅଧିକାରୀ ରଞ୍ଜନ ବରିହା, ପୋଲିସ କର୍ମଚାରୀ, ପୌରପରିଷଦର କର୍ମଚାରୀ ଓ ବିଜୁ ଜନତା ଦଳର ବିଭିନ୍ନ ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.