oom

ରାମନାଗୁଡା ଥାନାକୁ ଭର୍ଚୁଆଲ୍‌ ମାଧ୍ୟମରେ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

jsmm

ରାମନାଗୁଡା : ରାୟଗଡ଼ା ଜିଲ୍ଲା ରାମନାଗୁଡା ନୂତନ ଥାନାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ମାର୍ଚ୍ଚ ୨୭ ତାରିଖରେ ଏଠାରେ ଥାନା ହେବା ନେଇ ଘୋଷଣା କରାଯାଇଥିଲା । ସୋମବାର ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହାର ଶୁଭ ଉଦ୍‌ଘାଟନ କରିଥିଲେ ।

ସୋମାବାର ଅନୁଷ୍ଠିତ ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଆଇନମନ୍ତ୍ରୀ ଜଗନ୍ନାଥ ସାରକା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର ଦାଶ, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ପୂର୍ବତନ ସାଂସଦ ଏନ୍‌.ଭାସ୍କର ରାଓ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୁସୂୟା ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝୀ, ଏସ୍‌ପି ବିବେକାନନ୍ଦ ଶର୍ମା, ଅତିରିକ୍ତ ଏସ୍‌ପି ଆର.ରାଜପ୍ରସାଦ ପ୍ରମୁଖ ମଞ୍ଚାସୀନ ଥିଲେ ।

ଥାନା ପ୍ରତିଷ୍ଠା ନେଇ ଦୀର୍ଘଦିନର ଦାବୀ ସଫଳ ହୋଇଥିବାରୁ ଅଞ୍ଚଳବାସୀ ଖୁସି ପ୍ରକଟ କରିଛନ୍ତି । ଆଗକୁ ପୁଲିସ ଲୋକଙ୍କ ଆସ୍ଥାଭାଜନ ହୋଇପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ୧୭ ଜଣଙ୍କୁ ଏସ୍‌ପି ମାନପତ୍ର ପ୍ରଦାନ କରିଥିଲେ । ସେପରି ୨୬ ଜଣ ବରିଷ୍ଠ ନାଗରିକଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଗୁଣପୁର ଏସ୍‌ଡିପିଓ ବିକାଶ ଦେହୁରୀ, ବିଷମକଟକ ଏସ୍‌ଡିପିଓ ବିକାଶ ସାହୁ, ଗୁଣପୁର ଆଇଆଇସି ନୀଳାମ୍ବର ଜାନୀ, ପୁଟାସିଂ ଆଇଆଇସି ସୁନିତା ବେହେରା, ଏସ୍‌ଆଇ ଛବିନ୍ଦ୍ର ସେଠୀ ସହ ସମେତ ସମସ୍ତ ଥାନାଧିକାରୀ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.