ପାଲା ଓ ସଂଚାର ମାଧ୍ୟମରେ ଜନସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଉଦଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଳା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକର ୧୨ ଗୋଟି ପଞ୍ଚାୟତ ଲଖମରା, ବାଦିକଟା, ସରେଇକେଳା, ପଲସଦା, ଭେଙ୍ଗରାଜପୁର, ମାଣ୍ଡିଆଢିପା, ଛେତଗାଁ, ଭୁବନେଶ୍ୱର, ଝିଟିକି, ବରତୁଣ୍ଡା, ଛିନ୍ଦେଇକେଲା ଓ ମାଣ୍ଡୋସିଲ ପଞ୍ଚାୟତକୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସିଥିବା ଜନସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଗୁଡ଼ିକୁ ପାଇକମାଳ ବ୍ଲକ କଳାକାର ମହାସଂଘର କଳାକାର ମାନଙ୍କଦ୍ଵାରା ପାଲା ଓ ସଂଚାର ମାଧ୍ୟମରେ ସୁନ୍ଦର ଭାବରେ କଲା ପରିବେଷଣ କରିଥିଲେ । ତେବେ ଏହା ମାଣ୍ଡିଆଢିପା ପଞ୍ଚାୟତରୁ ଉଦଘାଟନ କରି ମାଣ୍ଡୋସିଲ ପଞ୍ଚାୟତରେ ଉଦଯାପିତ କରାଯାଇଥିଲା । ଉଦଯାପିତ ଅବସରରେ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ହିମାଦ୍ରୀ ପୁଟା, ବୁକୁରାମୁଣ୍ଡା ସ୍ୱାସ୍ଥ୍ୟ କର୍ମୀ ମହାସଂଘର ଉପସଭାପତି ପାଞ୍ଚାଳୀ ସୁନା, (ସ୍ୱାସ୍ଥ୍ୟ ପରିଦର୍ଶିକା) ସ୍ୱାସ୍ଥ୍ୟକର୍ମୀ ପଦ୍ମିନୀ ପଣ୍ଡା, ବିକେଏସ୍ଏସର ଉପସଭାପତି ଲଲିତ ଜଗତ ପଞ୍ଚାୟତ ଅନ୍ତର୍ଗତ ସମସ୍ତ ଅଙ୍ଗନୱାଡ଼ି କର୍ମୀ ଓ ଆଶା ଦିଦୀ ମାନେ ଉପସ୍ଥିତ ଥିଲେ । ସ୍ଥାନୀୟ ଉପାୟ ସାଂସ୍କୃତିକ ଅନୁଷ୍ଠାନର କଳାକାର ୠାୟକ ଗଣେଶ ସୁନା ଓ ରସିକ ବିନ୍ଧାଣୀ ପାଳିଆ ଦୁଲ୍ଲପ୍ ହରିପାଲ୍, ଆଦି ସୁନା ଓ ଲଲିତ ଜଗତ ଅଣ ସଂକ୍ରାମକ ରୋଗ ଉପରେ ସଂଚାର ପରିବେଷଣ କରିଥିଲେ ।

Leave A Reply

Your email address will not be published.