ବଲାଙ୍ଗିର, (କେପିଏନ୍ଏସ୍) : ଦିନକୁ ଦିନ ବଲାଙ୍ଗିର ସହରରେ ଚୋରି ଡକାୟତି ଭଳି ଅନେକ ଅପରାଧିକ କାର୍ଯ୍ୟ ବଢି ବଢି ଚାଲିଛି । ତେବେ ଏହାକୁ ଆଖି ଆଗରେ ରଖି ବଲାଙ୍ଗିର ଟାଉନ ପୋଲିସ ପକ୍ଷରୁ ସହର ସାରା ପିସିଆର୍ ଭେନ୍ ଘାଇଁ ଘାଇଁ ପଇଁତରା ମାରୁଥିବା ବେଳେ ସହରରେ ପେଟ୍ରୋଲିଂ ବ୍ୟବସ୍ଥାକୁ ମଧ୍ୟ ବଢାଇଦିଆଯାଇଛି । ତେବେ ଏହି ଦିନ କେଇଟା ଭିତରେ ସହରର ଜଣେ ବ୍ୟକ୍ତିଙ୍କ ଏକ ମୋବାଇଲ ଫୋନ୍ ନିଖୋଜ ଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ବଲାଙ୍ଗିର ଟାଉନ ପୋଲିସ ତଦନ୍ତ କରି ନିଖୋଜ ମୋବଇଲ ଫୋନ୍କୁ ଉଦ୍ଧାର କରି ଆଜି ମୋବଇଲ ଫୋନ୍ ମାଲିକଙ୍କୁ ହସ୍ତାନ୍ତର କରିଥିବା ନେଇ ଟାଉନ ପୋଲିସ ପକ୍ଷରୁ ସୂଚନା ରହିଛି ।