ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ଜଣେ ବୃଦ୍ଧ

ଭବାନୀପାଟଣା, (ପି.କେ. ସାହୁ) : ମୁର୍ମୁଷୁ ଅବସ୍ଥାରେ ଜଣେ ଅଜଣା ବୃଦ୍ଧଙ୍କୁ ଉଦ୍ଧାର କରି ସ୍ୱେଚ୍ଛାସେବୀ ଯୋଶୋବନ୍ତ ରଣା ଏବଂ ସୁଶାନ୍ତ ପଟ୍ଟନାୟକ ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାପଡିଛି । ସୂଚନା ଅନୁସାରେ ଜଣେ ଅଜଣା ବୃଦ୍ଧ ଭବାନୀପାଟଣା ମ୍ୟୁନିସିପାଲିଟି ଅନ୍ତର୍ଗତ ନକଟିଗୁଡା ମହିଳା କଲେଜ ପାଖରେ ଶୋଇଥିଲେ । ସେ ଦୀର୍ଘଦିନରୁ ସେଇ ଆଖପାଖରେ ରହି ଆସୁଥିଲେ । ବର୍ଷା ହେଲେ କେଉଁ ଦୋକାନ ବାରଣ୍ଡାରେ ଶୋଇ ପଡୁଥିଲେ । ହେଲେ ଗତକାଲି ରାତିରେ ତାଙ୍କୁ ପ୍ରବଳ ଜ୍ୱର ହେଉଥିବାରୁ ସେ ଥରି ଯାଉଥିଲେ । ସେଇ ବାଟ ଦେଇ ଗତକାଲି ରାତିରେ ଯଶୋବନ୍ତ ରଣା, ସୁଶାନ୍ତ ପଟ୍ଟନାୟକ ଯାଉଥିବା ବେଳେ ଉକ୍ତ ବୃଦ୍ଧଙ୍କୁ ଦେଖି ତାଙ୍କର ସ୍ଵାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଥିଲେ । ତାଙ୍କର ଦେହ ଥରୁଥିବା ଦେଖି ସ୍ୱେଚ୍ଛାସେବୀ ଯଶୋବନ୍ତ ରଣା ତୁରନ୍ତ ଟାଉନ ଥାନା ଅଧିକାରୀ ପ୍ରଦୀପ ଧରୁଆଙ୍କୁ ଫୋନ କରି ତାଙ୍କୁ ହସ୍ପିଟାଲରେ ଆଡମିଟ କରିବା ପାଇଁ ନିବେଦନ କରିଥିଲେ । ପରେ ଟାଉନ ଥାନାର ପିସିଆର ଗାଡି ଆସିଲା ପରେ ପୋଲିସର ସହଯୋଗରେ ଉକ୍ତ ବୃଦ୍ଧଙ୍କୁ ହସ୍ପିଟାଲରେ ଆଡମିଟ କରାଯାଇଛି । ହେଲେ ବୃଦ୍ଧଙ୍କ ଅସଲି ପରିଚୟ ଏବେ ପର୍ଯ୍ୟନ୍ତ ଜଣାପଡ଼ିନାହିଁ । ସ୍ୱେଚ୍ଛାସେବୀଙ୍କ ଏହିପରି କାର୍ଯ୍ୟକୁ ସହରବାସୀ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.