jayashree

ବୃଦ୍ଧାଙ୍କୁ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କଲେ ସ୍ୱେଚ୍ଛାସେବୀ ଅର୍ଜୁନ ବାଗ ଓ ଯଶୋବନ୍ତ ରଣା

ଜୁନାଗଡ଼ : ସ୍ୱେଚ୍ଛାସେବୀ ଅର୍ଜୁନ ବାଗ ଓ ଯଶୋବନ୍ତ ରଣା ଜଣେ ବୃଦ୍ଧାଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି । ସୂଚନା ଅନୁସାରେ, ଭବାନୀପାଟଣା ବ୍ଲକ ଭଙ୍ଗାବାରୀ ଗାଁର ଜଣେ ବୃଦ୍ଧା ମହିଳା ନିଜ ଘରକୁ ବସ୍‌ ଯୋଗେ ଯିବା ବଦଲରେ ଭୁଲ ବଶତଃ ଜୁନାଗଡ଼ ବସ୍‌ରେ ବସି ଜୁନାଗଡ଼ ପଳାଇ ଯାଇଥିଲେ । ପରେ ସେଠାରୁ ସେ କଳମପୁର ଯିବା ରାସ୍ତା ଦେଇ କଏଲ ଗାଁ ପର୍ଯ୍ୟନ୍ତ ଚାଲିଚାଲି ଯାଉଥିବା ସମୟରେ ଏକ ଜମି ହୁଡାରେ ପଡି ଯାଇଥିଲେ । ସେଠାରେ ଥିବା ପାର୍ବଣ ମସ୍ରା, ନିରାକାର ମହାଳିକ, ରତ୍ନାକର କଟା, ଅଶୋକ ମହାଳିକ, କଷ୍ଟି ମସ୍ରା, ଉଗ୍ରେଷଣ ବାଣୁଆ ଏହା ଦେଖିବା ପରେ ଉକ୍ତ ବୃଦ୍ଧାଙ୍କୁ ନେଇ ନିକଟସ୍ଥ ତାରିଣୀ ମନ୍ଦିରରେ ରଖିଥିଲେ ଓ ତାଙ୍କର ପରିଚୟ ପଚାରିଥିଲେ । ଉକ୍ତ ବୃଦ୍ଧା ଜଣକ ନିଜ ଗାଁ ଭଙ୍ଗାବାରୀ କହିବାରୁ ସେ ସମାଜସେବୀ ଅର୍ଜୁନ ବାଗ ଓ ଯଶୋବନ୍ତ ରଣାଙ୍କ ସହ ଯୋଗାଯୋଗ କରିଥିଲେ । ପରେ ସମାଜସେବୀ ଶ୍ରୀ ରଣା ଭଙ୍ଗାବାରୀର ତାଙ୍କ ପରିବାର ସହ ଯୋଗାଯୋଗ କରି ସୂଚନା ଦେଇଥିଲେ ଓ ସେଠାରୁ ନେବାପାଇଁ କହିଥିଲେ । ବୃଦ୍ଧା ନିଖୋଜ ଥିବା ନେଇ ତାଙ୍କ ପରିବାର ପୂର୍ବରୁ ସଦର ଥାନାରେ ଅଭିଯୋଗ କରିଥିବା ନେଇ କହିଥିଲେ । ପରେ ତାଙ୍କର ପରିବାର ଲୋକେ ଗାଁରେ ପହଂଚି ସମସ୍ତ ପରିଚୟ ଦେଖାଇ ଉକ୍ତ ବୃଦ୍ଧାଙ୍କୁ ନିଜର ଘରକୁ ଆଣିଥିଲେ । ସ୍ୱେଚ୍ଛାସେବୀ ଅର୍ଜୁନ ବାଗ, ଯଶୋବନ୍ତ ରଣା, ପାର୍ବଣ ମସ୍ରା ଓ ଗ୍ରାମବାସୀଙ୍କ ଏହିପରି କାର୍ୟ୍ୟକୁ ତାଙ୍କ ପରିବାର ସାଧୁବାଦ୍‌ ଜଣାଇଛନ୍ତି ।

Leave A Reply

Your email address will not be published.