ଝୁଲନ୍ତା ଅବସ୍ଥାରେ ଅଚିହ୍ନା ଯୁବକଙ୍କ ମୃତ ଦେହ ଉଦ୍ଧାର

କଂଟାବାଂଜି, (ମନିଶ କୁମାର ହଂସ) : କଂଟାବାଂଜି-ତୁରେକେଲା ରାସ୍ତାରେ ଦାବିରୀ ନିକଟରେ ଏକ ଗୋହରିଆ ଗଛରୁ ଝୁଲନ୍ତା ଅବସ୍ଥାରେ ଜଣେ ଅଚିହ୍ନା ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ଖବର ମିଳିଛି । ତେବେ ମୃତ ଯୁବକଙ୍କ ବୟସ ୨୪ରୁ ୨୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ତେବେ ଗାଁ ଲୋକେ ଗଛରେ ମୃତ ଦେହ ଝୁଲୁଥିବା ନେଇ ପୋଲିସକୁ ଜଣାଇବା ପରେ କଂଟାବାଂଜି ପୋଲିସ ଏବଂ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଂଚି ଶବ ଉଦ୍ଧାର କରିଛନ୍ତି । ଆସନ୍ତା କାଲି ସକାଳୁ ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.

error: Content is protected !!