oum

କୁମ୍ଵିଂ ଅପରେସନ ବେଳେ ଲ୍ୟାଣ୍ଡମାଇନ୍ ଉଦ୍ଧାର କରି ନିଷ୍କ୍ରିୟ କଲା ସୁରକ୍ଷା ବାହିନୀ

jsm

ମାଲକାନଗିରି : କୁମ୍ଵିଂ ଅପରେସନ ବେଳେ ଲ୍ୟାଣ୍ଡମାଇନ୍ ଉଦ୍ଧାର କରି ନିଷ୍କ୍ରିୟ କଲା ସୁରକ୍ଷା ବାହିନୀ । ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲା ଆବାପାଲି ରାସ୍ତାରୁ ତିନି କିଲୋଗ୍ରାମ ଓଜନର ଲ୍ୟାଣ୍ଡମାଇନ୍ ଉଦ୍ଧାର ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ସୀତାପୁର କ୍ୟାମ୍ପରେ ଥିବା ୧୯୬ ବାଟାଲିଆନ ସିଆରପିଏଫ ଯବାନମାନେ କୁମ୍ଵିଂ ଅପରେସନରେ ବାହାରି ଥିବା ବେଳେ ୫୦ ମିଟର ଦୂର ପଗଡଣ୍ଡି ଗାଁ ନିକଟ ରାସ୍ତାରୁ ଏକ ଲ୍ୟାଣ୍ଡମାଇନ୍ ଉଦ୍ଧାର ହୋଇଛି । ସିଆରପିଏଫ୍ ଯବାନଙ୍କୁ ଟାର୍ଗେଟ୍ କରି ନକ୍ସଲମାନେ ଏକ ତିନି କିଲୋଗ୍ରାମ୍ ଓଜନର ଲ୍ୟାଣ୍ଡମାଇନ୍ ଖଞ୍ଜିଥିଲେ । କୁମ୍ଵିଂ ଅପରେସନ ବେଳେ ଯବାନମାନେ ଏହି ଲ୍ୟାଣ୍ଡମାଇନ୍ ଉଦ୍ଧାର କରିଛନ୍ତି । ଲ୍ୟାଣ୍ଡମାଇନ୍‌କୁ ଠାବ କରିବା ପରେ ନିଷ୍କ୍ରିୟ କରାଯାଇଛି ।

Leave A Reply

Your email address will not be published.