ls

ରାସ୍ତାକଡରୁ ଗୁରୁତର ଅବସ୍ଥାରେ ଯୁବକ ଉଦ୍ଧାର

sb

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ଥାନା ଡାହିମାଲ ଦେଉଲଗୁଡି ରାସ୍ତା ପାଖରୁ ମ.ରାମପୁର ଥାନା ପାଜିକେରି ଗାଁର ଉଆଁସୁ କୁମୁରା ନାମକ ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ବହୁ ସମୟ ଧରି ସେ ରାସ୍ତାକଡରେ ପଡି ରହିଥିଲେ । ଲୋକେ ମୃତଦେହ ପଡିଥିବା ସନ୍ଦେହରେ ପାଖକୁ ଯାଉନଥିଲେ । ସମାଜସେବୀ ପ୍ରକାଶ ପ୍ରଧାନ ଯୁବକଙ୍କ ପାଖକୁ ଯାଇ ସେ ବଞ୍ଚିଥିବା ଜାଣି ପାରିଥିଲେ । ତୁରନ୍ତ ଆମ୍ବୁଲାନ୍ସକୁ ଫୋନ କରି ତାଙ୍କୁ ଗୁଡଭେଲା ସିଏଚ୍‌ସିକୁ ପଠାଇଥିଲେ । ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ।

pc pk
Leave A Reply

Your email address will not be published.