ଅଜଣା ବ୍ୟକ୍ତି ପିଲା ଚୋରି କରି ନେଉଥିବା ବେଳେ ଅଚେତ ଅବସ୍ଥାରେ ନାବାଳକ ଉଦ୍ଧାର

ପାଟଣାଗଡ଼, (ଗୋରେଖନାଥ ବରିହା) : ଅଜଣା ବ୍ୟକ୍ତି ପିଲା ଚୋରି କରି ନେଉଥିବା ବେଳେ ଅଚେତ ଅବସ୍ଥାରେ ନାବାଳକଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ଟିକିରାପଡା ଥାନା ଦେଓଗାଁ ଗ୍ରାମର ଅନାଅ ପୁଟେଲଙ୍କ ପୁଅ ଦେବଦତ୍ତ ପୁଟେଲ (୧୦) ଗାଁ ରାସ୍ତାରେ ଯାଉଥିବା ବେଳେ ଦୁର୍ବୃତ୍ତମାନେ ଏକ ବାଇକରେ ଆସି ନେଇ ପାଳାଉଥିବା ବେଳେ ଲୋକେ ଦେଖିବାକୁ ପାଇ ଗୋଡାଇ ଥିଲେ । ଫଳରେ ସେମାନେ ପିଲାଟିକୁ ଛାଡି ଫେରାର ମାରିଥିଲେ । ପିଲାଟି ଅଣନିଶ୍ୱାସୀ ହୋଇଥିବାରୁ ଆମ୍ବୁଲାନ୍ସ ଯୋଗେ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି । ଖବର ଲେଖା ହେବା ପର୍ଯ୍ୟନ୍ତ ପୋଲିସରେ ମାମଲା ହୋଇନଥିବା ଜଣାପଡିଛି ।

Leave A Reply

Your email address will not be published.