om academy

ତେଲେନପାଲି ଗ୍ରାମର ଚହଲାରୁ ବଳଦ ଉଦ୍ଧାର

jsm

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ତେଲେନପାଲି ଗ୍ରାମର ଏକ ଚହଲାରୁ ଗତକାଲି ଏକ ବଳଦକୁ ଉଦ୍ଧାର କରାଯାଇଛି । ସୂଚନା ଯୋଗ୍ୟ ଯେ, ତେଲେନପାଲି ଗ୍ରାମର ଧନୁର୍ଜ ବାଗଙ୍କ ଚହଲା ନିକଟକୁ ଏକ ବଳଦ ପାଣି ପିଇବାକୁ ଆସିଥିବା ବେଳେ ଚହଲାରେ ଖସି ପଡି ଯାଇଥିଲା । ବଳଦଟି ପାଣିରେ ପଡି ଛଟପଟ ହେଉଥିବା ଦେଖି ପରୀକ୍ଷିତ ବାଗ ଗ୍ରାମବାସୀଙ୍କ ସହିତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗର ଗାଡ଼ି ଘଟଣା ସ୍ଥଳରେ ପହଞ୍ଚି ଥିଲା । ପରେ ଗ୍ରାମବାସୀଙ୍କ ଉପସ୍ଥିତିରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ବଳଦ ଶରୀରରେ ରସି ବାନ୍ଧି ଉଦ୍ଧାର କରିଥିଲେ । ଏହି କାର୍ଯ୍ୟରେ ଅଗ୍ନିଶମ ବିଭାଗ ଅଧିକାରୀ ଓଆଇସି ଚୂଡ଼ାମଣି ପିଙ୍ଗ, ସରୋଜ ସିନ୍ଦୁର, ଚକ୍ରଧର ଦଣ୍ଡିଆ, ଜିତେନ୍ଦ୍ର ସାହୁ, ରୁଦ୍ରଦେବ ଚୌହାନ, ସରୋଜ ବୁଡ଼େକ, ସୁମନ୍ତ ବାଗ ପ୍ରମୁଖ କର୍ମଚାରୀମାନେ ସାମିଲ ହୋଇଥିଲେ ।

Leave A Reply

Your email address will not be published.