oom

ଆସନ୍ତା କାର୍ଯ୍ୟକ୍ରମ ପାଇଁ ଉଦାହରଣ ଟିମ୍ର ବୈଠକ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସହିଦ ଓ ସହିଦ ପରିବାରମାନଙ୍କୁ ସମ୍ମାନ ଦେବା ପାଇଁ ସୃଷ୍ଟି ହୋଇଥିବା ସାମାଜିକ ଅନୁଷ୍ଠାନ ଉଦାହରଣ ଟିମର ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ବୈଠକ ସେକ୍ଟର ୧୯ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ପ୍ରାକ୍ତନ ସିଆରପିଏଫ ଡିଆଇଜି ଦୟାନିଧି ତନ୍ତୀଙ୍କ ଅଧ୍ୟକ୍ଷତା ଓ ସାଧାରଣ ସମ୍ପାଦକ ଶଙ୍କିର୍ତ୍ତନ ଜୟପୁରିଆଙ୍କ ଆବାହକତ୍ଵରେ ଆୟୋଜିତ ଏହି ବୈଠକରେ ଟ୍ରଷ୍ଟି ତଥା ବରିଷ୍ଠ ସଦସ୍ୟ ଇଂ ବିମଳ କୁମାର ବିଶି, ଶଙ୍କର ଜେନା, ରୋହିତ ମହାନନ୍ଦିଆ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ଆସନ୍ତା ଡିସେମ୍ବର କିମ୍ବା ଜାନୁୟାରୀ ମାସରେ ହେବାକୁ ଥିବା ଅନୁଷ୍ଠାନର ତୃତୀୟ ସହିଦ ଦିବସ ପାଳନର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ସହିଦମାନଙ୍କୁ ଚିହ୍ନଟ କରି ସେମାନଙ୍କ ପରିବାରବର୍ଗଙ୍କ ସହ ଯୋଗାଯୋଗ କରି ସମ୍ବର୍ଦ୍ଧନା ପ୍ରଦାନ କରିବା, ଆର୍ଥିକ ସ୍ଥିତି, କାର୍ଯ୍ୟକ୍ରମର ସ୍ଥାନ ନିରୂପଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସଞ୍ଜୟ କୁମାର ପ୍ରଧାନ, ରାଜେଶ ତନ୍ତୀ, କୁଞ୍ଜବିହାରୀ ରାଉତ ପ୍ରମୁଖ ବୈଠକରେ ଅଂଶଗ୍ରହଣ କରି ସ୍ୱଚିନ୍ତିତ ମତାମତ ରଖିଥିଲେ । ଆସନ୍ତା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ମୁଖ୍ୟ ଶ୍ରୀ ତନ୍ତୀ ସମସ୍ତଙ୍କ ସହଯୋଗ କାମନା କରିଥିଲାବେଳେ ସମ୍ପାଦକ ଶ୍ରୀ ଜୟପୁରିଆ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.