ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ଅଞ୍ଚଳରେ ଜବର୍ ଦଖଲ ହୋଇଥିବା ସରକାରୀ ଜମିକୁ ଉଚ୍ଛେଦ କରିବା ନିମନ୍ତେ ପ୍ରଶାସନ ପକ୍ଷରୁ କଠୋର ପଦକ୍ଷେପ ନିଆଯାଇଛି । ତହସିଲଦାରଙ୍କ ସ୍ୱୟଂ ଉପସ୍ଥିତିରେ ଆଜି ଅବୈଧ ଦଖଲ ହଟାଇବା ପାଇଁ ଚିହ୍ନଟ କାର୍ଯ୍ୟ କରାଯାଇଛି । ପ୍ରଶାସନୀୟ ଦଳ ଦ୍ୱାରା ଜମି ଚିହ୍ନଟ କରି ଅବୈଧ ଦଖଲକୁ ସଫା କରାଯାଇଥିବାବେଳେ କାନୁନ-ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ତହସିଲଦାର କହିଛନ୍ତି ଯେ, ସରକାରୀ ଜମିରେ ଯେକୌଣସି ପ୍ରକାର ଅବୈଧ ଦଖଲ ବିରୋଧରେ ଆଗାମୀ ଦିନରେ ମଧ୍ୟ ଏପରି କଠୋର କାର୍ଯ୍ୟାନୁଷ୍ଠାନ ଜାରି ରହିବ । ସ୍ଥାନୀୟ ଲୋକେ ପ୍ରଶାସନର ଏହି ପଦକ୍ଷେପକୁ ସ୍ୱାଗତ କରିଥିବା ବେଳେ ଅଞ୍ଚଳରେ ଆଇନ ଓ ନିୟମ ପାଳନ ପ୍ରତି ସଚେତନତା ବଢ଼ିଛି ।