oom

ନୂଆଁଖାଇ ଜୁହାର ଭେଟ ୨୦୨୩

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ପଶ୍ଚିମ ଓଡ଼ିଶା ଦଳିତ ବିକାଶ ପରିଷଦ ଆନୁକୂଲ୍ୟରେ ନୂଆଁଖାଇ ଜୁହାର ଭେଟ୍‌ ୨୦୨୩ ସେକ୍ଟର ୬ବି ବ୍ଲକ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଇଂ ବିମଳ କୁମାର ବିଶିଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ଶିବପ୍ରସାଦ ନନ୍ଦଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରଘୁନାଥପାଲିର ବିଧାୟକ ସୁବ୍ରତ ତରାଇ, ବିଶିଷ୍ଟ ଅତିଥି ଭାବେ ରାସ୍ତା ଓ କୋଠାର ଯାନ୍ତ୍ରିକ ଅଧିକ୍ଷକ ମନୋଜ ମହାନନ୍ଦ, ମୁଖ୍ୟବକ୍ତା ଭାବେ ସମାଜସେବୀ ପ୍ରଫୁଲ୍ଲ ସୁନ୍ୟାନୀ ଓ ସମ୍ମାନିତ ଅତିଥି ଭାବେ ରାଉରକେଲା ଚ୍ୟାମ୍ବର ଅଫ୍ କମର୍ସର ସଭାପତି ସୁନିଲ କାୟଲ, ପ୍ରାକ୍ତନ ସଭାପତି ଶୁଭ ପଟ୍ଟନାୟକ, ଇସ୍ପାତ ମାର୍କେଟ ବଣିକ ସଂଘ ସଭାପତି ସୁଜିତ୍ ସ୍ବାଇଁ, ସମାଜସେବୀ ସନ୍ତୋଷ ତନ୍ତୀ ପ୍ରମୁଖ ଯୋଗଦେଇଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ, ନୂଆଁଖାଇ ପର୍ବ ସମ୍ପ୍ରତି ଓଡ଼ିଶାର ଗଣପର୍ବରେ ପରିଣତ ହୋଇଛି । ଏହି କୃଷିଭିତ୍ତିକ ତଥା ଗଣପର୍ବ ଓଡ଼ିଶାରେ ଭାଇଚାରା ସୃଷ୍ଟି କରୁ ଓ ଏକତା ସୂତ୍ରରେ ସମସ୍ତଙ୍କୁ ବାନ୍ଧି ରଖୁ, ଏହାହିଁ କାମନା କରିଥିଲେ । କାର୍ଯ୍ୟକାରୀ ସଭାପତି ପରମାନନ୍ଦ କୁମାରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶାର ସୁବିଖ୍ୟାତ କଳାକାର ରୁକୁ ସୁନା ଓ ଅମ୍ରିତା ନାୟକଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବରିଷ୍ଠ ସଦସ୍ୟ ରଘୁମଣି ସିକାଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବହୁ ସଂଖ୍ୟାରେ ଜନସାଧାରଣ ଯୋଗଦେଇ ଉପଭୋଗ କରିଥିବା ବେଳେ ଅନୁଷ୍ଠାନର ସର୍ବଶ୍ରୀ ଶିବ ନନ୍ଦ, ମହେଶ୍ୱର ନାଗ, ପ୍ରଭାକର କୁମ୍ଭାର, ଗାଡୁ ନାଗ, ନରହରି ଦୀପ, ଜଗବନ୍ଧୁ ନନ୍ଦ, ଶିବ ସୁନା, ସଞ୍ଜୀବ ନାଗ, କାର୍ତ୍ତିକ କୁମ୍ଭାର, ଉପଦେଷ୍ଟା ଘନଶ୍ୟାମ ସୁନା, ଟିନା ବାଗ୍, ସହଦେବ ପାଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.