ବଲାଙ୍ଗିର ଝିଅର ଷଡ଼ଯନ୍ତ୍ରପୂର୍ଣ୍ଣ ହତ୍ୟା କଷ୍ଟଦାୟକ ବୋଲି ଟ୍ଵିଟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ବଲାଙ୍ଗିର ଝିଅ ତଥା ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ୍ ଅଧ୍ୟକ୍ଷା ମମିତା ମେହେରଙ୍କ ଷଡ଼ଯନ୍ତ୍ରପୂର୍ଣ୍ଣ ହତ୍ୟା କଷ୍ଟଦାୟକ ବୋଲି ଟ୍ଵିଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଟ୍ଵିଟ କରି ଲେଖିଛନ୍ତି ଯେ ଏହି ଖବର ଶୁଣି ମୁଁ ଚିନ୍ତିତ ଓ ବ୍ୟଥିତ । ଏହି ସ୍କୁଲର ମାଲିକ ଏହି ନିର୍ମମ ହତ୍ୟାକାଣ୍ଡର ମୁଖ୍ୟ ସୂତ୍ରଧର ବୋଲି ଜଣାପଡ଼ିଛି । ପୀଡ଼ିତାଙ୍କ ପରିବାର ତରଫରୁ ତାଙ୍କ ବିରୁଦ୍ଧରେ ଯେଉଁ ସବୁ ସଙ୍ଗୀନ ଅଭିଯୋଗ ଅଣାଯାଉଛି, ଏହା ଆହୁରି କଷ୍ଟଦାୟକ । ଏହି ବେସରକାରୀ ଶିକ୍ଷାନୁଷ୍ଠାନ ରାଜ୍ୟ ସରକାରଙ୍କ ପୃଷ୍ଠପୋଷକତାରେ ଚାଲୁଛି ଏବଂ ଓଡ଼ିଶାର ଶାସକ ଦଳର ମନ୍ତ୍ରୀ ଓ ନେତା ମାନଙ୍କର ଏହି ଘଟଣାରେ ସମ୍ପୃକ୍ତି ଥିବା ଗଣମାଧ୍ୟମରେ ପ୍ରକାଶ ପାଉଛି । ଏହା ସବୁ ତଥ୍ୟ ସତ୍ୟ ହୋଇଥିଲେ ସାଂଘାତିକ । ଓଡ଼ିଶା ଭଳି ରାଜ୍ୟରେ ମହିଳା ବିରୋଧୀ ହିଂସା ଓ ଅତ୍ୟାଚାର କ୍ରମାଗତ ଭାବେ ବୃଦ୍ଧି ପାଇବା ଉଦବେଗଜନକ । ଏହା ଏକ ସାଧାରଣ ଅପରାଧ ନୁହେଁ । ମୁଖ୍ୟମନ୍ତ୍ରୀ ଏହି ସମ୍ବେଦନଶୀଳ ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ତୁରନ୍ତ ଆଇନ ଅନୁସାରେ ଘଟଣାରେ ସମ୍ପୃକ୍ତ ଥିବା ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

Leave A Reply

Your email address will not be published.