
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆସନ୍ତା ୨୭ ତାରିଖରୁ ହେବାକୁ ଥିବା କଳାହାଣ୍ଡି କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ବଲାଙ୍ଗିର ଦଳ ଘୋଷଣା ହୋଇଯାଇଛି । ଏହି ଦଳରେ ଟିଟିଲାଗଡ଼ରୁ ସ୍ୱର୍ଗତ କ୍ରୀଡ଼ାବିତ ସୂର୍ଯ୍ୟମଣୀ ପାଢ଼ୀଙ୍କ ନାତି ଓ ସାମ୍ୱାଦିକ ସନତ ପାଢୀଙ୍କ ପୁଅ ଶୁଭ୍ରାଂଶୁ ପାଢ଼ୀ ଟିଟିଲାଗଡ଼ରୁ ଏକ ମାତ୍ର ଖେଳାଳୀ ଭାବରେ ଦଳରେ ସାମିଲ ହୋଇଛନ୍ତି । ସେ ପୂର୍ବରୁ ମଧ୍ୟ ଅଣ୍ଡର ୧୮ ଦଳରେ ବେଷ୍ଟ ଅଫ ଓଡିଶା ଦଳରେ ସାମିଲ ହୋଇଥିଲେ । ଏହି ଖବର ପ୍ରଚାରିତ ହେବା ପରେ ଟିଟିଲାଗଡ଼ ଆଥଲେଟିକ ଆସୋସିଏସନର ସଭାପତି, ସମ୍ପାଦକ, ବଲାଙ୍ଗିର ଜିଲ୍ଲା ସାମ୍ୱାଦିକ ସଂଘ ସଭାପତି, ଖେଳ ପ୍ରେମୀ ଓ ଅନ୍ୟାନ୍ୟ ବରିଷ୍ଠ ନାଗରିକମାନେ ଶୁଭେଚ୍ଛା ଜଣାଇଛନ୍ତି ।