om academy

୨୩ତମ ମା’ ଦ୍ୱାରସୁନୀ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

jsm

ଟିଟିଲାଗଡ, (କେପିଏନ୍‌ଏସ୍‌) : ଟିଟିଲାଗଡ ବ୍ଲକ ଅନ୍ତର୍ଗତ ନାନାଝର ଗ୍ରାମରେ ୨୩ତମ ମା’ ଦ୍ୱାରସୁନୀ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଦଳଗୁଡିକୁ ଦୁଇଟି ଗୃପ୍‌ରେ ରଖାଯାଇଥିଲା ଓ ଖେଳ ଅନୁଷ୍ଠିତ ହୋଇଥିଲା । ୧୯ ତାରିଖ ଦିନ ଗୃପ୍‌ ‘ଏ’ ମ୍ୟାଚ୍‌ରେ ପତ୍ରାପାଲି ଏବଂ ଗୃପ୍‌ ‘ବି’ ମ୍ୟାଚ୍‌ରେ ମାକ୍ତି ଦଳ ବିଜୟୀ ହୋଇଥିବା ବେଳେ ୨୦ ତାରିଖ ଦିନ ଗୃପ୍‌ ‘ଏ’ରେ ଲୁଥୁରବନ୍ଧ ଓ ଗୃପ୍‌ ‘ବି’ରେ ଅରବିନ୍ଦ ୱାରିଅର’ ଦଳ ବିଜୟୀ ହୋଇଥିଲେ । ସେହିପରି ୨୧ ତାରିଖ ଦିନ ମ୍ୟାଚ୍‌ରେ ଗୃପ୍‌ ‘ଏ’ରେ ହଲଦୀ ଏବଂ ଗୃପ୍‌ ‘ବି’ରେ ଝରବାହାଲୀ ଦଳ ବିଜୟୀ ହୋଇଛନ୍ତି । ଏହି ଟୁର୍ଣ୍ଣମେଣ୍ଟର ଉଦ୍‌ଘାଟନୀ ଉତ୍ସବରେ ସମାଜସେବୀ ତଥା ପୂର୍ବତନ ଫୁଟ୍‌ବଲ ଖେଳାଳି ନରୋତ୍ତମ ପ୍ରଧାନ, ଜଗଜୀବନ ପ୍ରଧାନ, ରୋହିତ ଜାନୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବିନୋଦ ପ୍ରଧାନୀ, ବୁଲୁ ପ୍ରଧାନୀ, ପ୍ରିତମ ନାଏକ, ଯଶୋବନ୍ତ ମାଝୀ ଖେଳ ପରିଚାଳନା କରିଥିଲେ । ଆୟୋଜକ କମିଟି ରାଜୀବ କ୍ଲବ ନାନାଝରର ସଭାପତି ଧନଞ୍ଜୟ ସାହୁ, ସଂପାଦକ ରମେଶ ପ୍ରଧାନ, ପ୍ରହ୍ଲାଦ ପ୍ରଧାନ, ଆହ୍ଲାଦ ପ୍ରଧାନ, ରାଜା ପ୍ରଧାନ, ଅମର ସ୍ୱାଇଁ, ନିର୍ମଳ ନାଏକ, ସଞ୍ଜୟ ପ୍ରଧାନ, ପବିତ୍ର ସାହୁ, ମମ୍ବୁ ପ୍ରସାଦ ଭୋଇ ଉପସ୍ଥିତ ଥିଲେ ।

Leave A Reply

Your email address will not be published.