centurian jitm

ଭୈରବୀ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ବେନକେରା ଚାମ୍ପିୟନ ପୁତୁଲାମହୁଲ ରନର୍ସ ଅପ୍

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଭାନପୁର ପଞ୍ଚାୟତ ଅନ୍ତର୍ଗତ ତୁର୍ଲାଠାରେ ଚାଲିଥିବା ୧୫ତମ ଭୈରବୀ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ଖେଳ ବେନକେରା ଓ ପୁତୁଲାମହୁଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବେନକେରା ଦଳ ପ୍ରଥମେ ବ୍ୟାଟିଙ୍ଗ କରି ୧୨ ଓଭରରେ ୬ ୱିକେଟ୍ ହରାଇ ୧୨୯ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ପୁତୁଲାମହୁଲ ଦଳ ୯ ଓଭରରେ ସମସ୍ତ ୱିକେଟ ହରାଇ ୬୧ ରନ ସଂଗ୍ରହ କରି ପରାଜିତ ହୋଇଥିଲା । ଯାହା ଫଳରେ ବେନକେରା ଦଳ ଚାମ୍ପିୟନ ହୋଇଥିଲା । ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଭୈରବୀ କ୍ରିକେଟ୍ କ୍ଲବ ସଭାପତି ଜ୍ୟୋତି ରଞ୍ଜନ ପଣ୍ଡା ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ଖପ୍ରାଖୋଲ ବ୍ଲକ୍ ଅଧ୍ୟକ୍ଷା ନିରୁପମା ପଟେଲ୍ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପାଟଣାଗଡ ବିଧାୟକ ପ୍ରତିନିଧି ରମେଶ ପଧାନ, ଭାନପୁର ସରପଞ୍ଚ ରୀନା ଜାଲ, ଭାନପୁର ସମିତି ସଭ୍ୟା ଯଶୋବନ୍ତି ତାଣ୍ଡି, କର୍ଲାକୁଟୁନା ସ୍କୁଲ ପ୍ରଧାନ ଶିକ୍ଷକ ବୃନ୍ଦାବନ ଧରୁଆ, ତୁର୍ଲା ଆଶ୍ରମ ସ୍କୁଲ ପ୍ରଧାନ ଶିକ୍ଷକ ଭୂପିନ୍ଦ୍ର ବନଗୁଲା, ଅଧ୍ୟକ୍ଷା ପ୍ରତିନିଧି ପବିତ୍ର ପଟେଲ, ସରପଞ୍ଚ ପ୍ରତିନିଧି ଡିଲେଶ୍ୱର ଜାଲ, ସମିତି ସଭ୍ୟା ପ୍ରତିନିଧି ଅମିତ୍ ସୁନା, ଗୋପାଲ ବାରିକ, ମନିଲାଲ ଛତର, ଟିକେଲାଲ ପାତ୍ର ଯୋଗ ଦେଇଥିଲେ । ଚାମ୍ପିୟନ ଦଳକୁ ଟ୍ରଫି ସହ ୧୧୦୧୧ ଟଙ୍କା ଏବଂ ରନର୍ସ ଅପ ଦଳକୁ ଟ୍ରଫି ସହ ୭୦୭୦ ଟଙ୍କା ଅତିଥି ମାନେ ପ୍ରଦାନ କରିଥିଲେ । ଅମ୍ପାୟାର ରୁପେ ପପୁ ଭୁଏ ଓ ନିକୁ ଶବର ଖେଳକୁ ପରିଚାଳନା କରିଥିବା ବେଳେ ସ୍କୋରର ରୁପେ ପ୍ରସାନ୍ତ ମେହେର ଦାୟିତ୍ଵ ତୁଲାଇ ଥିଲେ । ଆଶିଷ ପାଣିଗ୍ରାହୀ ଓ ରଞ୍ଜିତ ମେହେର ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆକାଶ ପାଣିଗ୍ରାହୀ, ନରେଶ ବାରିକ, କେଦାର ବାରିକ, ଓଁକାର ଭୋଇ, ସୁବିତ ଭୋଇ, ମିଳନ ନାଗ, ରାଧେ ଭୁଏ, ଉତ୍ତମ ମାଝୀ, ବିଦ୍ୟା ମେହେର, ଘାସି ମେହେର, ନବୀନ ଭୁଏ, ନୀଳକାନ୍ତ ପାତ୍ର, ହୀରାଧର ଶବର, ଛବିଳ ପଧାନ, ମହେନ୍ଦ୍ର କାଲସାଏ ପ୍ରମୁଖ କ୍ଳବ୍ ସଦସ୍ୟ ଉପସ୍ଥିତ ଥିଲେ । ଟୁର୍ଣ୍ଣାମେଣ୍ଟ ଟି ଆଠ ଦିନ ଧରି ଚାଲିଥିବା ବେଳେ ୧୬ଟି ଦଳ ଭାଗ ନେଇଥିଲେ ।

Leave A Reply

Your email address will not be published.