ଦ୍ୱିତୀୟ ପି ଏମ୍‌ ମହାନ୍ତି ମେମୋରିଆଲ ଚେସ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାଗିରଥି ସଲ୍ୟୁସନ ଓ ସ୍ରିଷ୍ଟି ନିଉଜର ମିଳିତ ଆନୁକୂଲ୍ୟରେ ଦ୍ୱିତୀୟ ପି ଏମ୍ ମହାନ୍ତି ମେମୋରିଆଲ ରାଉରକେଲା ମୁକ୍ତ ଚେସ ପ୍ରତିଯୋଗିତା ସେକ୍ଟର ୧୯ ସ୍ଥିତ ଜ୍ଞାନଜ୍ୟୋତି ପବ୍ଲିକ୍ ସ୍କୁଲ ଠାରେ ଉଦ୍‌ଘାଟିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ରାଜା ମହାନ୍ତିଙ୍କ ସଂଯୋଜନା ଓ ସ୍ରିଷ୍ଟି ନିଉଜର ମୁଖ୍ୟ ମନୋଜ ଶତପଥୀଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଚେସ ଆସୋସିଏସନ୍‌ର ସଭାପତି ଜି ସି ମହାପାତ୍ର, ସେଫିର ସାଧାରଣ ସଂପାଦକ ବିମଳ ବିଶି, ବରିଷ୍ଠ ଚେସ ଖେଳାଳି ଏସ କେ ପରିଛା ଅତିଥି ଭାବେ ଯୋଗ ଦେଇଥିବା ବେଳେ ଟୁର୍ଣ୍ଣାମେଣ୍ଟର ସଂଯୋଜକ ଭାବେ ବିନାୟକ ଜେନା ଦାୟିତ୍ୱ ତୁଲାଇଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ଏହି ଖେଳ ମାନସିକ ବିକାଶ ସହ ଭାଇଚାରା ବୃଦ୍ଧି କରେ ବୋଲି ମତ ରଖିବା ସହ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଏହି ଅବସରରେ ବୀରମିତ୍ରପୁର ମ୍ୟୁନିସିପାଲଟିର ଅଧ୍ୟକ୍ଷ ସନ୍ଦିପ ମିଶ୍ର, ସାମ୍ବାଦିକ ଅରବିନ୍ଦ ଦାସ, ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ହିନ୍ଦୀ ସ୍ରିଷ୍ଟି ନିଉଜକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଟୁର୍ଣ୍ଣାମେଣ୍ଟରେ ୪୩ଟି ଟିମ୍ ଓ ୮୬ ଜଣ ଖେଳାଳି ଅଂଶଗ୍ରହଣ କରିଛନ୍ତି । ଏହି ପ୍ରତିଯୋଗିତା ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ବିଜୟ ପ୍ରତିଯୋଗୀଙ୍କୁ ନଗଦ ପାଞ୍ଚ ହଜାର ଅର୍ଥ ସହ ପି ଏମ ମହାନ୍ତି ରନିଂ ସିଲ୍ଡ ପ୍ରଦାନ କରାଯିବ । ସେହିପରି ଦ୍ୱିତୀୟ ସ୍ଥାନକୁ ୩ ହଜାର, ତୃତୀୟ ସ୍ଥାନକୁ ୨ ହଜାର, ଚତୁର୍ଥ ଓ ପଞ୍ଚମ ସ୍ଥାନକୁ ଦେଢ ହଜାର, ଷଷ୍ଠ ଓ ସପ୍ତମ ସ୍ଥାନକୁ ୧ ହଜାର ଓ ଅଷ୍ଟମ, ନବମ, ଦଶମ ସ୍ଥାନ ପାଇଁ ପାଞ୍ଚ ଶହ, ଶ୍ରେଷ୍ଠ ବୟସ୍କ ଓ ଶ୍ରେଷ୍ଠ ମହିଳା ପ୍ରତିଯୋଗୀଙ୍କୁ ପାଞ୍ଚ ସହ ନଗଦ ରାଶି ସହ ପ୍ରମାଣ ପତ୍ର ଓ ମୋମେଣ୍ଟୋ ଦିଆଯିବ ବୋଲି ଅନୁଷ୍ଠାନ ତରଫରୁ ସୂଚନା ଦିଆଯାଇଛି । ସେହିପରି ୯, ୧୧, ୧୩, ୧୫ ବର୍ଷରୁ କମ୍ ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ଓ ମୋମେଣ୍ଟୋ ଦିଆଯିବ ବୋଲି ସୂଚନା ମିଳିଛି । ଏହି ପ୍ରତିଯୋଗିତାରେ ବିଚାରକ ଭାବେ ପ୍ରକାଶ ଚନ୍ଦ୍ର ସାହୁ, ପ୍ରଦୀପ ବିଶୋଇ ଓ ଗଜେନ୍ଦ୍ର କୁମାର ବେହେରା ପ୍ରମୁଖ ଦାୟିତ୍ୱ ତୁଲାଉଥିଲା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ଶୈଳେଶ ତିୱାରୀ, ଗଣପତି ଦାସ, ସୁକାନ୍ତ ମିଶ୍ର, ମହେଶ୍ଵର ସିଂ, ବିଜୟ ତ୍ରିପାଠୀ, ସୁରେଶ ଚନ୍ଦ୍ର ନାୟକ, ବିର୍ସା ଓରାମ ଓ ବିକ୍ରମ ସୂତାର ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.